ରଥଯାତ୍ରା ୨୦୨୪: ସକାଳୁ ବଡଦାଣ୍ଡରେ ୩ ଠାକୁରଙ୍କ ରଥରେ ମଙ୍ଗଳ ଆଳତି
ସକାଳୁ ବଡଦାଣ୍ଡରେ ୩ ଠାକୁରଙ୍କ ରଥରେ ମଙ୍ଗଳ ଆଳତି ହୋଇଛି । ଗରାବଡୁ ସେବକ, ସିଂହାରୀ ସେବକ ଏବଂ ଅନ୍ୟ ସେବାୟତ ରଥ ଉପରେ ଭିନ୍ନ ଭିନ୍ନ ସେବା କରିବା ସହ କର୍ପୂର ଆଳତି, ବତି ଆଳତି ପରି ୩ ପ୍ରକାର ଆଳତି ହୋଇଛି ।
ବଡଠାକୁର ଶ୍ରୀବଳଭଦ୍ର, ମା' ସୁଭଦ୍ରା, ଶ୍ରୀଜଗନ୍ନାଥଙ୍କ ସମେତ, ଚକ୍ରରାଜ ସୁଦର୍ଶନ, ମଦନ ମୋହନ, ଶ୍ରୀରାମକୃଷ୍ଣଙ୍କର ଆଳତି ହୋଇଛି । ରଥରେ ଥାଇ ସକଳ ସୃଷ୍ଟିର ଆଧାର ସୂର୍ଯ୍ୟଙ୍କର ମଧ୍ୟ ରଥ ଉପରୁ ଆଳତି କରାଯାଇଛି ।

ତେବେ ମହାପ୍ରଭୁଙ୍କର ଅବକାଶ ନୀତି ପରେ ବେଶ କରାଯିବା ପରେ ନୈବେଦ୍ୟ ଅର୍ପଣ କରାଯିବା ପରେ ବଡଦାଣ୍ଡରୁ ଗୁଣ୍ଡିଚା ମନ୍ଦିତର ଅଭିମୁଖେ ବାହାରିବେ ୩ ରଥ ।
ସିଂହଦ୍ବାର ଠାରୁ ମାତ୍ର ଅଳ୍ପ ଦୂର ଯାଇ ଅଟକିଛନ୍ତି କାଳିଆ ସାଆନ୍ତ । ଶ୍ରୀକୃଷ୍ଣ ସିନେମା ହଲ୍ ପାଖରେ ଅଟକି ରହିଛି ସୁଭଦ୍ରାଙ୍କ ଦର୍ପଦଳନ । ମରିଚିକୋଟ ଛକରେ ଅଟକି ରହିଛି ବଳଭଦ୍ରଙ୍କ ତାଳଧ୍ବଜ ରଥ । ୫ ଦଶନ୍ଧି ପରେ ଏଥର ଏକାଦିନେ ନବଯୌବନ, ନେତ୍ରୋତ୍ସବ ଓ ରଥଯାତ୍ରା ଭଳି ବିରଳ ସଂଯୋଗ ପଡୁଥିବାରୁ ଏଥର ଦୁଇଦିନିଆ ରଥଟଣା । ବଡ଼ଦାଣ୍ଡରେ ଅଟକି ରହିଥିବା ରଥ ଆଜି ପୁଣି ଟଣାଯିବ ।
ନେତ୍ରୋତ୍ସବ ବିଧି ସାରି ସକାଳ ଧୂପରେ ବେଇଗି ବେଇଗି ଖେଚୁଡ଼ି ଭୋଗ ଖାଇ ତିନି ଠାକୁର ବଡ଼ଦାଣ୍ଡକୁ ଆସିବାକୁ ପ୍ରସ୍ତୁତ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି। ଏତିକି ବେଳେ ରଥ ପ୍ରତିଷ୍ଠା ପରେ ପରେ ଘଣ୍ଟ ଘଣ୍ଟା କାହାଳୀରେ କଂପି ଉଠିଲା ଶ୍ରୀମନ୍ଦିର। ନିର୍ଦ୍ଧାରିତ ସମୟ ପ୍ରାୟ ୨ ଘଣ୍ଟ ଆଗରୁ ଆରମ୍ଭ ହୋଇଯାଇଥିଲା ପହଣ୍ଡି । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପରେ ଟାହିଆ ହଲାଇ ଝୁଲି ଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସିଥିଲେ ବଡ଼ଭାଇ ବଳଭଦ୍ର । ପଛେ ପଛେ ମା ସୁଭଦ୍ରା...ଆଉ ଶେଷରେ ଟାହିଆର ଅପୂର୍ବ ଦୋଳନରେ ସୁନ୍ଦର ପଦ, ହୁନ୍ଦର ଗତିରେ ନନ୍ଦିଘୋଷ ରଥକୁ ବିଜେ କରିଥିଲେ ଜଗତ ଠାକୁର ଜଗନ୍ନାଥ । ବଡ଼ଦାଣ୍ଡରେ ଖେଳି ଯାଇଥିଲା ଭାବର ଜୁଆର...ଭକ୍ତିର ଜୁଆର...ଉଚ୍ଛ୍ବାସର ଜୁଆର...












Click it and Unblock the Notifications