ମହାପ୍ରଭୁ ପଡିଯିବା ଘଟଣା: ଆରମ୍ଭ ହେଲା ତଦନ୍ତ
ରଥଯାତ୍ରା ସମୟରେ ଆଡପ ପହଣ୍ଡି ବେଳେ ବଡ ଠାକୁର ପଡିଯିବା ଘଟଣାରେ ଆରମ୍ଭ ହେଲା ତଦନ୍ତ । ଏକ ୩ ଜଣିଆ କମିଟି ଏହା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ତେବେ କହିରଖୁଛୁ, ରଥଯାତ୍ରା ସମୟରେ ଠାକୁରମାନେ ଗୁଣ୍ଡିଚା ମନ୍ଦିରକୁ ଆଡ଼ପ ପହଣ୍ଡି କରି ଯାଉଥିବା ବେଳେ ଚାରମାଳ ଉପରେ ମୁହଁମାଡି ପଡିଟାଇଥିଲେ ବଡ ଠାକୁର ବଳଭଦ୍ର । ଯାହାକୁ ନେଇ ପୂରା ରାଜ୍ୟରେ ଅସନ୍ତୋଷ ଭରି ରହିଛି । ଏନେଇ ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀଙ୍କୁ ଡାକି କମିଟି ପଚରାଉଚରା କରିଥିବା ବେଳେ ଦଇତାପତି, ପ୍ରତିହାରୀ, ଖୁଣ୍ଟିଆ ସେବକ, ଜେଟିପିଙ୍କୁ ମଧ୍ୟ ପଚରାଉଚରା ଜାରି ରଖିଛି ।

ବଡ଼ ଠାକୁରଙ୍କୁ ପକାଇ ଦେବା ଘଟଣାରେ ନୀଳାଦ୍ରି ବିଜେର ୧୦ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଥିଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାରି ଭିତରେ ୨୪ ଦିନ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଯାହାକୁ ଗୁରୁତର ସହ ନେଇ ଯାଞ୍ଚ କମିଟି ଏକ ୩ ଜଣିଆ ଟିମ୍ ଗଠନ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ପହଣ୍ଡି ଦାୟିତ୍ବରେ ଥିବା ସେବକମାନେ ପହଣ୍ଡିରେ ଚରମ ଅବହେଳା ପ୍ରଦର୍ଶନ ପୂର୍ବକ ବଡ଼ଠାକୁର ଚାରମାଳ ଉପରେ ପକାଇ ଦେଇଥିଲେ । ସ୍ଥିତି ଏପରି ହୋଇଥିଲା ଯେ ବଡ଼ଠାକୁର ଶ୍ରୀବଳଭଦ୍ର ରଥ ଉପରୁ ଘୋଷାରି ହୋଇ ଆସି ଚାରମାଳ ଉପରେ ମୁହଁ ମାଡ଼ି ପଡ଼ିଥିଲେ। ପହଣ୍ଡି ବେଳେ କେବଳ ଦଇତାପତି, ସୁଆର ମହାସୁଆର, ପୂଜାପଣ୍ଡା, ପୁଷ୍ପାଳକଙ୍କୁ ମିଶାଇ ଶ୍ରୀଜଗନ୍ନାଥଙ୍କ ରଥରେ ପ୍ରାୟ ୫୦ଜଣ, ଦେବୀ ସୁଭଦ୍ରାଙ୍କ ରଥରେ ୧୦ଜଣ ଓ ଶ୍ରୀବଳଭଦ୍ରଙ୍କ ରଥରେ ୪୦ଜଣ ରହିବା ନିୟମ ଅଛି । କିନ୍ତୁ ସେବା ନ ଥିବା ଅନଧିକୃତ ବ୍ୟକ୍ତି ଶତାଧିକ ସଂଖ୍ୟାରେ ରଥ ଉପରେ ଚଢ଼ିଥିଲେ । ପହଣ୍ଡିକୁ ଗୁରୁତ୍ବ ଦେବା ବଦଳରେ ଫଟୋ ଉଠାଇବାରେ ସମସ୍ତେ ମାତିଥିଲେ ।












Click it and Unblock the Notifications