ବଡଠାକୁର ବଳଭଦ୍ରଙ୍କ ଅଘଟଣ ନେଇ ଆଇନମନ୍ତ୍ରୀଙ୍କ ବାଦ୍ ବୟାନ: କହିଲେ ...

ଆଡପ ମଣ୍ଡପ ପହଣ୍ଡି ବିଜେବେଳେ ରଥରୁ ଖସି ପଡିଥିଲେ ମହାପ୍ରଭୁ ବଳଭଦ୍ର । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ତୁରନ୍ତ ପୁରୀ ଯାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ରିପୋର୍ଟରେ ଆଇନ ମନ୍ତ୍ରୀ ଦର୍ଶାଇଛନ୍ତି, ଏହା ସାମାନ୍ୟ ଦୁର୍ଘଟଣା ଥିଲା। ଏହା ଲୀଳାମୟଙ୍କ ଲୀଳା। ଆହତ ସେବାୟତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି । ରଥ ଉପରେ ଅଣସେବାୟତ ରହିବାର ଠୋସ ଅଭିଯୋଗ ନାହିଁ। ଆଗକୁ ଶୃଙ୍ଖଳିତ ନୀତି ପାଇଁ ପରିଚାଳନା ବୈଠକରେ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି।

କହିରଖୁଛୁ କି, ପହଣ୍ଡି ବିଜେବେଳେ ହୋଇଥିବା ବଡ଼ ବିଭ୍ରାଟରେ ଅଣ ସେବାୟତଙ୍କୁ ଦାୟୀ କରାଯାଉଛି। ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ସେବାୟତ ପ୍ରତିକ୍ରିୟା ରଖି କହିଛନ୍ତି, ରଥ ଉପରେ ଆବଶ୍ୟକତାଠାରୁ ଅଧିକ ସେବାୟତ ରହୁଛନ୍ତି । ଅଧିକ ସେବାୟତ ଥିବାରୁ ଏପରି ଅଘଟଣ ଘଟିଛି। ପ୍ରଭୁଙ୍କ ପଛ ପଟେ ଥିବା ଡୋର ଖସିଗଲା, ଯିଏ ଧରିବା କଥା ଭଲରେ ଧରି ନ ଥିଲେ । ଯେଉଁ ସେବାୟତଙ୍କର ପହଣ୍ଡି ସେବା ନାହିଁ ସେମାନେ ଆସି ପହଣ୍ଡି କରୁଛନ୍ତି ।

rath yatra 2024

ପୁରୀରୁ ଫେରି ନିଜ ପ୍ରତିକ୍ରିୟାରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ଗତକାଲି ଅଘଟଣ ନେଇ ଜାଣିବା ପରେ ପୁରୀକୁ ଯାଇଥିଲୁ । ଆହତ ସେବାୟତଙ୍କୁ ତୁରନ୍ତ ଭେଟିଥିଲୁ । ସମସ୍ତେ ପ୍ରାଥମିକ ଚିକିତ୍ସା ପରେ ଫେରିଥିଲେ । ଏହା ଲୀଳାମୟଙ୍କ ଲୀଳା ହୋଇଥାଇପାରେ । ପ୍ରଭୁ ଚାରମାଳରୁ ଖସିପଡିଲେ, କିନ୍ତୁ କାହାର ସେମିତି ବିଶେଷ କିଛି କ୍ଷତି ହୋଇନାହିଁ । ପୁଣିଥରେ ସ୍ୱାଭାବିକ ଭାବେ ନୀତିକାନ୍ତି ଚାଲିଲା । ଆମ ଠାକୁରଙ୍କ ଲୀଳା ଅପାର । ପୁରୀରୁ ଫେରି ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛୁ । ପ୍ରଭୁଙ୍କ ଆଶୀର୍ବାଦ କାରଣରୁ କାହାର କିଛି ହୋଇନାହିଁ । ପୁଣିଥରେ ସମସ୍ତେ ମିଶି ଠାକୁରଙ୍କ ନୀତିକାନ୍ତିରେ ଲାଗିଥିଲେ ବୋଲି କହିଛନ୍ତି ପ୍ରଭାତୀ ପରିଡା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+