Rath Yatra 2024: ରଥଯାତ୍ରା ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ
ରଥଯାତ୍ରା ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଶୃଙ୍ଖଳିତ ରଥଯାତ୍ରା ନେଇ ବୈଠକରେ ହେବ ଆଲୋଚନା । ଏହି ବୈଠକରେ ଅଧ୍ୟକ୍ଷତା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ଉପସ୍ଥିତ ଅଛନ୍ତି ।

ଚଳିତ ବର୍ଷ ୧୫ ଦିନ ବଦଳରେ ୧୩ ଦିନ ହେବ ଅଣସର ନୀତି । ରଥଟଣା ପାଇଁ ହାତରେ ୨ ଦିନ ସମୟ କମ ଥିବାରୁ ନୀତିକାନ୍ତି ନେଇ ଚିନ୍ତାରେ ପଡ଼ିଛନ୍ତି ସେବାୟତ । ଶୃଙ୍ଖଳିତ ନୀତି ପାଇଁ ସମସ୍ତ ସେବାୟତଙ୍କ ସହଯୋଗ ମଧ୍ୟ ଲୋଡ଼ାଯାଇଛି ।
ଏଥର ଗୁଣ୍ତିଚା ଯାତ୍ରା ୨ ଦିନ ହୋଇପାରେ । ସେହିପରି ୧୩ ଦିନ ଅଣସରରେ ରହିବେ ଶ୍ରୀଜିଉ, ୫୩ ବର୍ଷ ପରେ ଚଳିତ ଥର ୧୩ ଦିନ ପଡୁଛି ଅଣସର ନୀତ, ସେଥିପାଇଁ ୧୫ ଦିନ ବଦଳରେ ଏଥର ୧୩ ଦିନ ଅଣସରରେ ରହିବେ ଶ୍ରୀଜିଉ ।
ସୂଚନା ଅନୁସାରେ, ନେତ୍ରୋତ୍ସବ, ପହଣ୍ତି ଲାଗି ସେନାପଟା ଓ କୁସୁମି ଲାଗି ଗୋଟିଏ ଦିନରେ ଅନୁଷ୍ଠିତ ହେବ । ଚଳିତ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୨ଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ପ୍ରଥମ ନୀତି ସବ କମିଟି ବୈଠକରେ ରାଜେନ୍ଦ୍ରଭିଷେକଠାରୁ ସ୍ନାନ ପୂର୍ଣ୍ଣିମା ଯାଏ ନୀତି ନିର୍ଘଣ୍ଟ ହୋଇଛି, ଯାହା ପରେ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତିରେ ମୋହର ବାଜିଛି ।












Click it and Unblock the Notifications