Get Updates
Get notified of breaking news, exclusive insights, and must-see stories!

ଏମିତି ଆରମ୍ଭ ହୋଇଥଲା ସୁନାବେଶ, ୧୬ଟି ହାତୀ ପିଠିରେ ସୁନା ଆଣିଥିଲେ କପିଳେନ୍ଦ୍ରଦେବ

ପୁରୀ ୧୭/୦୭: ଜଗନ୍ନାଥଙ୍କର ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଖୁବ ନିଆରା । ସମସ୍ତେ ଏହି ବେଶକୁ ପସନ୍ଦ କରନ୍ତି । ତେବେ ମହାପ୍ରଭୁଙ୍କର ଏହି ପବିତ୍ର ସୁନାବେଶର ଉତ୍ପତ୍ତି ସଂପର୍କରେ ଜଣାଯାଏ ଯେ, ତ୍ରୟୋଦଶ ଶତାବ୍ଦୀରେ ଗଙ୍ଗବଂଶର ରାଜା ତୃତୀୟ ଅନଙ୍ଗଭୀମ ଦେବ ପୁରୁଷୋତ୍ତମ ଜଗନ୍ନାଥଙ୍କୁ ଉତ୍କଳର ସମ୍ରାଟ ତଥା ରାଷ୍ଟ୍ର ଦେବତା ଘୋଷଣା କରିଥିଲେ । ଏପରିକି ରାଜା କପିଳେନ୍ଦ୍ର ଦେବ ନିଜକୁ ଜଗନ୍ନାଥଙ୍କ ରାଉତ ଓ ପୁତ୍ର ବୋଲି ଏକ ଶିଳାଲିପିରେ ଉଲ୍ଲେଖ କରିବା ସହିତ ନିଜର ସର୍ବସ୍ଵ ମହାପ୍ରଭୁଙ୍କୁ ସମର୍ପି ଦେଉଥିଲେ ।

କପିଳେନ୍ଦ୍ର ଦେବ ରାଜ୍ୟଜୟ କ ଆଣୁଥୁବା ସ୍ବର୍ଣ୍ଣ, ରୁପା, ମଣି ମୁକ୍ତା, ହୀରା ନୀଳା ଶ୍ରୀଜିଉଙ୍କୁ ଅର୍ପଣ କରିଦେଉଥିଲେ । ଏଣୁ ଶ୍ରୀଜିଉଙ୍କ ରୀତି ନୀତିରେ ସୁନାର ବହୁଳ ବ୍ୟବହାର କରାଯାଇଥାଏ ।

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଭାସ୍କର ମିଶ୍ର ତାଙ୍କର ଗବେଷଣାରୁ ନିଜର ପୁସ୍ତକ 'ଶ୍ରୀଜଗନ୍ନାଥଙ୍କ ବେଶ ବୈଶିଷ୍ଟ୍ୟ'ରେ ଉଲ୍ଲେଖ କରିଛନ୍ତି, ୧୨୩୨ ଖ୍ରୀଷ୍ଟାବ୍ଦରେ ସୁନାବେଶ ବା ରାଜାବେଶର ଉତ୍ପତି ହୋଇଥାଇପାରେ । ବର୍ଷକ ମଧ୍ୟରେ ମୋଟ ୫ ଥର ସୁନାବେଶ ହୁଏ । ସେଥୁମଧ୍ୟରୁ ୪ ଥର ଶ୍ରୀମନ୍ଦିର ରନ୍ ସିଂହାସନରେ ବେଶ ହେଉଥାଏ । ବିଜୟା ଦଶମୀ ବା ଦଶହରା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣ ତିଥ୍ୟରେ ରନ୍ ସିଂହାସନରେ ଶ୍ରୀଜିଉ ସୁନା ବେଶ ହୁଅନ୍ତି ।

rath yatra 2024

ତେବେ ଆଷାଢ଼ ମାସ ଶୁକ୍ଳ ଏକାଦଶୀ ଦିନ ସିଂହଦ୍ଵାର ସମ୍ମୁଖସ୍ଥ ରଥ ଉପରେ ଶ୍ରୀବିଗ୍ରହଙ୍କ ସୁନା ବେଶ ହୋଇଥାଏ । ପୂର୍ବରୁ ଶ୍ରୀବିଗ୍ରହ ରନ୍ ସିଂହାସନରେ ଅଳ୍ପ ସ୍ବର୍ଣ୍ଣ ଅଳଙ୍କାର ଭୂଷିତ ହୋଇ ସୁନା ହୋଇଥାଇପାରନ୍ତି ବୋଲି ଅନୁମାନ କରାଯାଏ ।

ତେବେ ରଥ ଉପରେ ସୁନା ବେଶ ବା ବଡ଼ତଡ଼ାଉ ବେଶ ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ଆରମ୍ଭ ହୋଇଥିଲା । ୧୪୬୦ ଖ୍ରୀଷ୍ଟାବ୍ଦରେ ରାଜା କପିଳେନ୍ଦ୍ର ଦେବ ଦକ୍ଷିଣ ବିଜୟ କରିଥିଲେ । ସେ ସମୟରେ ସେ ୧୬ଟି ହସ୍ତୀ ପୃଷ୍ଠରେ ବିପୁଳ ଧନରନ୍ ଲଦି ଆଣି ସବୁ କିଛି ଶ୍ରୀଜିଉ ଶ୍ରୀଚରଣରେ ସମର୍ପି ଦେଇଥିଲେ । ଏହି ସୁନା ଓ ରକୁ ବ୍ୟବହାର କରି ଶ୍ରୀଜିଉଙ୍କ ପାଇଁ ଅଳଙ୍କାର ପ୍ରସ୍ତୁତ କରିବାକୁ ତଡ଼ାଉକରଣ ସେବକଙ୍କ ପରାମର୍ଶ ମାନି ରାଜା ଅଳଙ୍କାର ପ୍ରସ୍ତୁତ କରିଥିଲେ । ରାଜା କପିଳେନ୍ଦ୍ର ଦେବ ୧୩୮ ପ୍ରକାରର ରନ୍ ଖଚିତ ସ୍ବର୍ଣ୍ଣ ଅଳଙ୍କାର ନିର୍ମାଣ କ ପ୍ରଥମେ ଶ୍ରୀବିଗ୍ରହମାନଙ୍କୁ ରଥ ଉପରେ ବଡ଼ ଏକାଦଶୀରେ ବେଶ କରାଇଥିଲେ । ସେବେଠାରୁ ଏହି ସୁନା ବେଶ ପରମ୍ପରା ପ୍ରଚଳିତ ହୋଇ ଆସୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+