ସରିଲା ହେରାପଞ୍ଚମୀ: ଆଜ୍ଞାମାଳ ଲାଗି ପରେ ତିନି ରଥ ନେବେ ଦକ୍ଷିଣ ମୋଡ଼

ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ ନୀତି ସରିଛି ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ସାମାନ୍ୟ ଅଂଶ ଭାଙ୍ଗିଲେ ମା' ମହାଲକ୍ଷ୍ମୀ।

ହେରାପଞ୍ଚମୀ ଉପଲକ୍ଷେ ଗୁରୁବାର ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ସେବାୟତ ମାନେ ବିମାନରେ ମା ଲକ୍ଷ୍ମୀ ସାଆନ୍ତାଣିଙ୍କୁ ବସାଇ ବଡ଼ଦାଣ୍ଡ ଦେଇ ଘଣ୍ଟ, ଛତା ଓ ପଟୁଆରରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥିଲେ ।

ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଁଚିବା ପରେ ମହାପ୍ରଭୁଙ୍କ ଦର୍ଶନ ନପାଇବା ଅଭିମାନୀ ମା ମହାଲକ୍ଷ୍ମୀ ଅପମାନ ଓ ରୋଷବହି ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିଛନ୍ତି । ଏହାପରେ ଶ୍ରୀମନ୍ଦିରରୁ ଶୋଭାଯାତ୍ରାରେ ଯାଇଥିବା ବା ନିରାଡ଼ମ୍ବରରେ ଶ୍ରୀମନ୍ଦିରକୁ ଫେରିଛନ୍ତି ।

ଶରଧାବାଲିରେ ପହଁଚିବା ପରେ ନନ୍ଦିଘୋଷ ରଥତଳେ ହେରାପଞ୍ଚମି ନୀତି ଆରମ୍ଭ ହୋଇଥଲା। ପରେ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ବାର ଦେଇ ମା ଲକ୍ଷ୍ମୀ ଜୟ, ବିଜୟ ଦ୍ବାର ନିକଟରେ ପହଁଚିଥିଲେ । ଏହି ସମୟରେ ସଂଧ୍ୟାଧୂପ ଚାଲିଥିବା ବେଳେ ଜୟ ବିଜୟ ଦ୍ବାର ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।

ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ଆସିବା ପରେ ଦୁଇ ଦ୍ବାରକୁ ବନ୍ଦ କରିଦିଆଯାଇଥିଲା । ଯାହା ମାଙ୍କୁ ଘୋର ଅପମାନ ଦେଇଥିଲା, ରାଜ ଜର୍ଜରିତ ହୋଇ ମା ନାକଚଣା ଦ୍ବାର ଦେଇ ବାହାରିବା ସହ ନନ୍ଦିଘୋଷ ରଥର କିଛି ଅଂଶକୁ ଭାଙ୍ଗିଦେଇଥିଲେ । ପରେ ସେବାୟତ ମାନେ ମାଙ୍କୁ ହେରାଗୌରୀ ସାହି ଦେଇ ଶ୍ରୀମନ୍ଦିରକୁ ଫେରି ଆସିଥିଲେ । ବିଳମ୍ବିତ ରାତିରେ ପୁନଃର୍ବାର ସିଂହଦ୍ବାର ଦେଇ ମା ଲକ୍ଷ୍ମୀ ଶ୍ରୀନ୍ଦିରକୁ ପ୍ରବେଶ କରିଥିଲେ ।

ସେପଟେ ହେରାପଞ୍ଚମୀ ନୀତି ସମ୍ପର୍ଣ୍ଣ ହେବାପରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ବାହୁଡା ଯାତ୍ରା ପ୍ରସ୍ତୁତି । ରଥଯାତ୍ରା ଦିନଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅଟକି ରହିଥିବା ତିନି ରଥକୁ ଆଜି ଦକ୍ଷିଣମୋଡ କରାଯିବ ।

Rath Yatra 2024

ଏଥିପାଇଁ ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିକୁ ସଫାସୁତୁରା କରାଯାଇଛି । ମଧ୍ୟାହ୍ନ ସାଢେ ୧୨ଟା ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ସେବାୟତ ଓ ପୁଲିସ କର୍ମଚାରୀଙ୍କ ସହାୟତାରେ ରଥ ତିନୋଟିକୁ ଦକ୍ଷିଣ କରାଯିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ପ୍ରସ୍ତୂତି କରାଯାଇଛି ।

ପରମ୍ପରା ଅନୁଯାୟୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥକୁ ଦକ୍ଷିଣମୋଡ଼ କରାଯିବ । ଏହାପରେ ବଡ଼ ଠାକୁରଙ୍କ ତାଳଧ୍ବଜ ଓ ନନ୍ଦିଘୋଷକୁ ମଧ୍ୟ ଦକ୍ଷିଣ ମୋଡ଼ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+