Rath Yatra 2024: ଅସୁସ୍ଥ ଶ୍ରୀଜିଉଙ୍କୁ ଲାଗି ହେବ ଦଶମୂଳ ମୋଦକ; ସେବନ କରି ସଂପୂର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ

ଅଣସର ଘରେ ମହାପ୍ରଭୁ । ତାଙ୍କୁ ସୁସ୍ଥ କରିବାକୁ ଲାଗିପଡ଼ିଛନ୍ତି ରାଜବୈଦ୍ୟ । ଏ ନେଇ ପବିତ୍ର ଏକାଦଶୀ ତିଥିରେ ମଙ୍ଗଳବାର ଶ୍ରୀଜିଉମାନଙ୍କୁ ଦଶମୂଳ ମୋଦକ ଲାଗି ହେବ । ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ରାଜବୈଦ୍ୟଙ୍କ ଘରେ ଏହି ଦଶମୂଳମୋଦକ ପ୍ରସ୍ତୁତ ହୋଇଛି ।

ବିଭିନ୍ନ ପ୍ରକାରର ଆୟୂର୍ବେଦ ଚେରମୂଳରେ ଏହି ମୋଦକ ପ୍ରସ୍ତୁତ କରାଯାଇଛି। ଏହାକୁ ସେବନ କରି ଚତୁର୍ଦ୍ଧାମୂର୍ତ୍ତି ସମ୍ପୂର୍ଣ୍ଣ ସୁସ୍ଥ ହେବେ । ପରେ ମହାପ୍ରଭୁଙ୍କ ଖଲି ଲାଗି କରାଯିବ । ବୁଧବାର ମହାପ୍ରଭୁ ସୁସ୍ଥ ହେବା ନେଇ ଶୁଭ ଖବର ଶ୍ରୀନଅରରେ ଥିବା ଗଜପତି ମହାରାଜାଙ୍କୁ ଦିଆଯିବ ।

ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ବି ସରି ସରି ଆସୁଛି। ବିଶ୍ବକର୍ମା ମହାରଣାମାନେ ରଥ ସିଂହାସନ ଓ ପ୍ରଭା ନିର୍ମାଣରେ ଲାଗିଥିବାବେଳେ ଚିତ୍ରକାର ସେବକ ହଂସ ପଟା, ଶିଖର ଡମ୍ବରୁ, ଅଁଳା ସହ ପାର୍ଶ୍ବ ଦେବ ଦେବୀଙ୍କ ମୂର୍ତ୍ତିରେ ରଙ୍ଗ କାର୍ଯ୍ୟ ଶେଷ କରି ରଥ ଚକ, କୋଣ ଗୁଜ ଓ ପଟା ଗୁଜରେ ରଙ୍ଗ କାର୍ଯ୍ୟ କରିଛନ୍ତି ।

rath yatra 2024

ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ରାଜବୈଦ୍ୟଙ୍କ ଘରେ ପ୍ରସ୍ତୁତ ହୋଇଛି ଏହି ଦଶମୂଳ ମୋଦକ। ଗମ୍ଭାରୀ, ବେଲ, ପାଟଳୀ, କୃଷ୍ଣପର୍ଣ୍ଣି, ଶାଳପର୍ଣ୍ଣୀ, ଅଙ୍କରାନ୍ତି, ଗୋଖରା ପରି ବିଭିନ୍ନ ପ୍ରକାରର ଆୟୁର୍ବେଦ ଚେରମୂଳରେ ପ୍ରସ୍ତୁତ ହୋଇଛି ଏହି ଦଶମୂଳ ମୋଦକ। ଏହାକୁ ସେବନ ସଂପୂର୍ଣ୍ଣ ସୁସ୍ଥ ହେବେ ଚତୁର୍ଦ୍ଧାମୂର୍ତ୍ତି।

ପୁରୀରେ ରଥଯାତ୍ରା ପାଇଁ ପୋଲିସ ଡିଜିଙ୍କ ପକ୍ଷରୁ ପ୍ରାରମ୍ଭିକ ସମୀକ୍ଷା ଶେଷ ହୋଇଛି । ଚଳିତ ରଥଯାତ୍ରାରେ ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ । ୪ ଅତିରିକ୍ତ ଡିଜି ପାହ୍ୟା ଅଧିକାରୀ, ୬ ଜଣ ଆଇଜି ଏବଂ ଡିଆଇଜି ପାହ୍ୟା ଅଧିକାରୀ, କମାଣ୍ଡାଣ୍ଟ ବା ଏସପି ପାହ୍ୟାର ୧୯ ଜଣ, ଅତିରିକ୍ତ ଏସପି ବା ଡେପୁଟି କମଣ୍ଡାଣ୍ଟ ପାହ୍ୟାର ୩୩ ଜଣ, ଆସିଷ୍ଟାଣ୍ଟ କମାଣ୍ଡର ବା ଡିଏସପି ପାହ୍ୟାର ୭୫ ଜଣ, ଇନ୍ସପେକ୍ଟର ୧୩୦ ଜଣ, ୬୭୫ ଜଣ ଏଏସଆଇ ଓ ଏସଆଇ ପାହ୍ୟାର ଅଧିକାରୀ ସୁରକ୍ଷା ଦାୟିତ୍ଵରେ ମୁତୟନ ରହିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+