ରଥ ଯାତ୍ରା ୨୦୨୪ : ଶରଧାବାଲିରେ ପହଞ୍ଚିଲା ବଡ ଠାକୁରଙ୍କ ରଥ ତାଳଧ୍ଵଜ , ପଛରେ ଆସୁଛନ୍ତି ଭାଇ ଭଉଣୀ

ବଡ଼ଦାଣ୍ଡରେ ସୋମବାର ସକାଳୁ ପୁଣି ରଥଟଣା ଆରମ୍ଭ ହୋଇଥିଲା। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମରିଚୀକୋଟ ଛକ ନିକଟରେ ଅଟକିଥିବା ତାଳଧ୍ୱଜ ରଥକୁ ଟାଣି ନେଇଥିଲେ। ହେଲେ ମଧ୍ୟାହ୍ନରେ ଶରଧାବାଲିରେ ପହଞ୍ଚିଛି ବଡ଼ଠାକୁରବଳଭଦ୍ରଙ୍କ ତାଳଧ୍ୱଜ ରଥ। ପଛେପଛେ ମା' ସୁଭଦ୍ରାଙ୍କ ଦର୍ପଦଳନ ରଥ ଆସୁଥିବା ବେଳେ ପଛରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାହେଉଛି।

rath yatra

ଦୀର୍ଘ ୫୩ ବର୍ଷ ପରେ ବିରଳ ସଂଯୋଗ କ୍ରମେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ିଥିବାରୁ ଚଳିତ ବର୍ଷ ଦୁଇଦିନ ରଥଟଣା ହେଉଛି। ଏନେଇ ଶ୍ରୀକ୍ଷେତ୍ର ଭକ୍ତମୟ ହୋଇପଡ଼ିଛି।

ଆଧ୍ୟାତ୍ମିକ ପରିବେଶ ମଧ୍ୟରେତିନିରଥ ରବିବାର ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଥିଲା। ତେବେ ସା ହୋଇଯିବାରୁ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ମରୀଚିକୋଟ ଛକ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ରାଜନଅର ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ କିଛିବାଟ ଗଡ଼ି ଶ୍ରୀମନ୍ଦିର ନିକଟରେ ଅଟକି ରହିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+