Get Updates
Get notified of breaking news, exclusive insights, and must-see stories!

ଅଣସର ଘରେ ଦ୍ୱିତୀୟ ଦିନ: ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି ; ଶୁକ୍ଳ ବସ୍ତ୍ର, ଶୁକ୍ଳରଙ୍ଗର ଫୁଲରେ ଚାଲିଛି ସେବା

ଆଜି ଅଣସରର ଦ୍ୱିତୀୟ ଦିନ । ଅଣସର ଘରେ ମହାପ୍ରଭୁଙ୍କ ନିକଟରେ ଶୁକ୍ଳ ବସ୍ତ୍ର ଓ ଶୁକ୍ଳ ରଙ୍ଗର ଫୁଲ ଲାଗି ନୀତି ସମ୍ପର୍ଣ୍ଣ କରୁଛନ୍ତି ଦଇତାପତି ସେବାୟତ । ବୈଦ୍ୟରାଜଙ୍କ ପରାମର୍ଶକ୍ରମେ ଅସୁସ୍ଥ ମହାପ୍ରଭୁଙ୍କୁ କ୍ଷୀର, ସର, ଛେନା ଓ ରାବିଡ଼ି ସହ ଆମ୍ବ, କଦଳୀ, ପଣସ ଆଦି ଭୋଗ କରାଯାଉଛି ।

ସେପଟେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପଟି ଦିଅଁଙ୍କ ପୂଜାର୍ଚ୍ଚନା । ଶ୍ରୀମନ୍ଦିର ଆସୁଥିବା ଭକ୍ତ ଏବେ ପଟି ଦିଅଁ ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ ଓ ଦେବୀ ଭୁବନେଶ୍ୱରୀଙ୍କ ଦର୍ଶନ କରୁଛନ୍ତି । ଶ୍ରୀଜିଉଙ୍କ ଅଣସର ସମୟରେ ହିଁ ଏହି ପଟି ଦିଆଁ ପୂଜା ପାଇଥାନ୍ତି । ଅଣସର ପରେ ପଟି ଦିଅଁଙ୍କୁ ବିସର୍ଜନ କରାଯିବାର ପରମ୍ପରା ରହିଛି ।

rath yatra 2024

ଦ୍ୱିତୀୟ ଦିନରେ ଅଲାରନାଥଙ୍କ ପୀଠରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ରତ୍ନବେଦୀରେ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ଭକ୍ତ ଏବେ ବ୍ରହ୍ମଗିରି ଅଲାରନାଥଙ୍କ ଦର୍ଶନ କରୁଛନ୍ତି ।

ସ୍ନାନ ଯାତ୍ରାରେ ଅତ୍ୟଧିକ ସ୍ନାନ କରି ପ୍ରଭୁ ଜ୍ୱରରେ ପଡ଼ି ଅଣବସରରେ ୧୩ ଦିନ ଧରି ରହିବେ । ଏଣୁ ଶ୍ରୀମନ୍ଦିରର ରତ୍ନ ସିଂହାସନରେ ତିନି ଠାକୁର ଭକ୍ତଙ୍କୁ ଦର୍ଶନ ଦିଅନ୍ତି ନାହିଁ । ତେଣୁ ଏହି ସମୟକେ ଭକ୍ତ ବ୍ରହ୍ମଗିରିର ଅଲାରନାଥଙ୍କୁ ଦର୍ଶନ କରନ୍ତି ।

ଶ୍ରୀମନ୍ଦିର ଭୋଗନୀତି ପରି ଅଲାରନାଥରେ ମଧ୍ୟ ଭୋଗ ହୁଏ । ସେପଟେ ଶାନ୍ତି ଶୃଙ୍ଖଳା ନିମନ୍ତେ ଅଲାରନାଥଙ୍କ ପୀଠରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ପାଗ ଅନୁକୂଳ ଥିବା ସହ ଶାନ୍ତି ଶୃଙ୍ଖଳା ଓ ସୁରୁଖୁରୁରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ସ୍ନାନଯାତ୍ରା । କୃତ କୃତ୍ୟ ଭକ୍ତ, ଭକ୍ତିମୟ ଶ୍ରୀକ୍ଷେତ୍ର ।ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ମହାସ୍ନାନ ଓ ଚତୁର୍ଧାମୂରତିଙ୍କ ଦିବ୍ୟ ହାତୀ ବେଶ ଦର୍ଶନ କରି ତଲ୍ଲୀନ ଅଗଣିତ ଭକ୍ତଙ୍କ ମନ ଓ ପ୍ରାଣ । ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ବଡ଼ି ଭୋରରୁ ଲୋକାରଣ୍ୟ ହୋଇ ସାରିଥିଲେ ସାରା ଶ୍ରୀକ୍ଷେତ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+