Rath Yatra 2024: ରଥଯାତ୍ରା ହେତୁ ସୋମବାର ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାଙ୍କ ଓ କୋର୍ଟ

ସୋମବାର ରାଜ୍ୟର ସମସ୍ତ ବ୍ୟାଙ୍କ ଓ କୋର୍ଟ ବନ୍ଦ ବନ୍ଦ ରହିବ । ଏ ନେଇ ସୂଚନା ଓ ଲୋକସଂପର୍କ ବିଭାଗ ଟୁଇଟ କରିଛି । ସୋମବାର ୮ ତାରିଖ ରଥଯାତ୍ରା ହେତୁ ରାଜ୍ୟର ସମସ୍ତ କୋର୍ଟ ଓ ବ୍ୟାଙ୍କ୍ ବନ୍ଦ ରହିବ ବୋଲି ବିଭାଗ କହିଛି । ଚଳିତ ବର୍ଷ ଦୁଇଦିନ ରଥଯାତ୍ରା ପଡୁଛି । ତେବେ ୭ ତାରିଖ ରବିବାର ଛୁଟି ଦିନ ପଡ଼ୁଥିବା ବେଳେ ସୋମବାର ମଧ୍ୟ ସମସ୍ତ ବ୍ୟାଙ୍କ୍ ଓ କୋର୍ଟ ବନ୍ଦ ରହିବ ।

ଚଳିତ ଥର ଦୁଇ ଦିନ ଧରି ରଥଯାତ୍ରା ହେବାକୁ ଥିବାରୁ ସରକାରୀ ଭାବେ ଦୁଇ ଦିନ ଛୁଟି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଜୁଲାଇ ୭ ଓ ୮ ତାରିଖରେ ଛୁଟି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

rath yatra

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ବିରଳ ରଥଯାତ୍ରା । ଏହାକୁ ସଫଳ କରିବା ପାଇଁ ସମୀକ୍ଷା ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହ ସଫଳତା ପୂବକ ରୀତିନୀତି କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବୈଠକରେ ବରିଷ୍ଠ ଅଧିକାରୀ, ପୁଲିସ ଡିଜି, ସମସ୍ତ ସେବାୟତ ଉପସ୍ଥିତ ରହିଥିଲେ । ଚଳିତ ଥର ରଥଯାତ୍ରାରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଲୋକସେବା ଭବନରେ ଆଜିଠାରୁ ବିଧିବଦ୍ଧ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକସେବା ଭବନରେ ପହଞ୍ଚିବା ପରେ ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଛନ୍ତି ମୋହନ ମାଝୀ । ଏହାପରେ ମୁଖ୍ୟମନ୍ତ୍ରୀ ଆଜି ଠାରୁ ବିଧିବଦ୍ଧଭାବେ ଲୋକସେବା ଭବନରେ କାର୍ୟ୍ୟଭାର ସମ୍ଭାଳିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି । ଏଣିକି ସରକାରୀ କା ଓଡ଼ିଆ ଭାଷାରେ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଓଡ଼ିଆ ଅସ୍ମିତା ସଂରକ୍ଷଣ ଓ ପ୍ରସାରକୁ ଗୁରୁତ୍ୱ ଦିଆଯିବ । ସାହିତ୍ୟ, କଳା, ସଙ୍ଗୀତ ଓ ଲଳିତ କଳା ଏକାଡେମୀର ପୁନଃଗଠନ ହେବ । ଭୌତିକ ପ୍ରଗତୀ ସହ ସାଂସ୍କୃତିକ ପ୍ରଗତରକୁ ଗୁରୁତ୍ୱ ଦିଆଯିବ । ଓଡ଼ିଆ ଭାଷାର ପ୍ରଚାରପ୍ରସାର ପାଇଁ କମିଶନ ଗଠନ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+