Get Updates
Get notified of breaking news, exclusive insights, and must-see stories!

Bahuda yatra 2024 : ଆଜି ପବିତ୍ର ବାହୁଡ଼ା ଯାତ୍ରା, ଜନ୍ମବେଦୀରେ ଲୀଳାଖେଳ ସାରି ବାହୁଡ଼ିବେ ମହାପ୍ରଭୁ

ଆଜି ପବିତ୍ର ବାହୁଡ଼ା ଯାତ୍ରା । ଜନ୍ମବେଦୀରେ ଲୀଳାଖେଳ ସାରି ବାହୁଡ଼ିବେ ମହାପ୍ରଭୁ । ଶ୍ରୀଜୀଉଙ୍କୁ ନେଇ ଆସିବା ପାଇଁ ନାକଚଣା ଦ୍ୱାର ଆଗରେ ପ୍ରସ୍ତୁତ ହୋଇ ଠିଆ ହୋଇଛି ତିନି ରଥ । ବଡଭାଇ ବଳଭଦ୍ର , ଉଭଣୀ ସୁଭଦ୍ରାଙ୍କୁ ଧରି ଶ୍ରୀମନ୍ଦିର ଫେରିବେ ଶ୍ରୀଜଗନ୍ନାଥ । ବାହୁଡାଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସବୁପ୍ରକାରର ବ୍ୟବସ୍ଥା ହୋଇଛି । ବାହୁଡ଼ା ଯାତ୍ରା ପାଇଁ ସଂଧ୍ୟା ଦର୍ଶନ ନୀତିକାନ୍ତିକୁ ସଂକୁଚିତ କରାଯାଇଥିଲା । ସଂଧ୍ୟା ୫ ଟା ପରେ ମନ୍ଦିର ଶୋଧ କରି ଆରମ୍ଭ ହୋଇଛି ବାହୁଡ଼ା ପ୍ରସ୍ତୁତି ।

bahuda yatra 2024

ବାହୁଡ଼ା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ନୀତିକାନ୍ତି ନିର୍ଦ୍ଧାରଣ କରାଯାଇଛି । ପ୍ରାତଃ ୪ଟାରେ ମଙ୍ଗଳଆଳତି, ମଇଲମ ପ୍ରାତଃ ୪ଟା ୧୫, ତଡପଲାଗି ପ୍ରାତଃ ୪ଟା ୩୦, ରୋଷହୋମ ପ୍ରାତଃ ୪ଟା ୩୦, ଅବକାଶ ପ୍ରାତଃ ୫ଟା, ସୂର୍ଯ୍ୟପୂଜା ପ୍ରାତଃ ୫ଟା ୧୫, ଦ୍ବାରପାଳ ପୂଜା ୫ଟା ୩୦, ବେଶଶେଷ ୫ଟା ୩୦, ଗୋପାଳ ବଲ୍ଲଭ ଓ ସକାଳ ଧୂପ ୫ଟା ୪୫ରୁ ୬ ଟା ୪୫ ଭିତରେ କରାଯାଇଛି ସକାଳ ୭ଟାରୁ ୧୧ଟା ୩୦ ରେ ଲାଗି ହେବ ସେନାପଟା । ଏହାସହ ମଙ୍ଗଳାର୍ପଣ ୧୧ଟା ୪୫ ହୋଇ ଦିବା ୧୨ଟା ରୁ ୨ଟା ୩୦ରେ ହେବ ବାହୁଡା ପହଣ୍ଡି, ଦିବା ଗୋଟାଏ ରୁ ୨ଟା ୩୦ ମଧ୍ୟରେ ବେଶ ଶେଷ ହୋଇ ଦିବା ୨ଟା ୩୦ରୁ ୩ଟା ୩୦ରେ ଛେରାପହଁରା ହେବାର କାର୍ଯ୍ୟକ୍ରମ ରହିଛି।ଏହାପରେ ଅପରାହ୍ନ ୩ଟା ରୁ ୪ଟା ମଧ୍ୟରେ ଚାରମାଳ ଫିଟା ହୋଇ ରଥଟଣା ଆରମ୍ଭ ହେବ ବୋଲି ଜଣାପଡିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+