ରତ୍ନଭଣ୍ଡାର ଖୋଲିବା ପାଇଁ ଆସିଲା ଆଜ୍ଞାମାଳ; ଶ୍ରୀଲୋକନାଥ ମନ୍ଦିରରୁ ଆସିଲା ଆଜ୍ଞାମାଳ

ରତ୍ନଭଣ୍ଡାର ଖୋଲିବା ପାଇଁ ଆସିଲା ଆଜ୍ଞାମାଳ। ଶ୍ରୀଲୋକନାଥ ମନ୍ଦିରରୁ ଆସିଲା ଆଜ୍ଞାମାଳ। ଆଜ୍ଞାମାଳ ଧରି ଶ୍ରୀମନ୍ଦିର ଆସୁଛନ୍ତି ସେବାୟତ । ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ମହାପ୍ରଭୁଙ୍କୁ ଦଶର୍ନ କଲେ ଜଷ୍ଟିସ ରଥ।

ଜଷ୍ଟିସ ବିଶ୍ବନାଥ ରଥଙ୍କ ସହ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଦର୍ଶନ କଲେ । ପ୍ରାୟ ଗୋଟାଏରୁ ଦେଢ଼ଟା ମଧ୍ୟରେ ରହିଛି ଶୁଭ ମୁହୂର୍ତ୍ତ ।

ratnabhandar

ରତ୍ନଭଣ୍ଡାର ଖୋଲିବା ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଦେଇ କହିଛନ୍ତି ଯେ ରତ୍ନଭଣ୍ଡାର ଖୋଲିବା ବେଳେ ସାମୟିକ କଟକଣା ରହିବ .। ସିଂହଦ୍ୱାରକୁ ଛାଡ଼ି ବାକି ଦ୍ୱାର ବନ୍ଦ ରହିବ । ଯେଉଁମାନେ ସେବା ଓ ପୂଜା ପାଇଁ ଅଧିକୃତ ସେମାନଙ୍କୁ ଛଡ଼ାଯିବ ।

ରତ୍ନଭଣ୍ଡାର ଖୋଲିବାର ରୂପରେଖ ଉପରେ ବିସ୍ତୃତ ଆଲୋଚନା ହୋଇଛି। ରବିବାର ମଧ୍ୟ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଆଉ ଏକ ବୈଠକ ହେବ। ପୂର୍ଣ୍ଣାଙ୍ଗ ଆଲୋଚନା ପରେ ରତ୍ନଭଣ୍ଡାର ଯାଞ୍ଚ କମିଟି ଓ ବିଶେଷଜ୍ଞ ଦଳ ରତ୍ନଭଣ୍ଡାର ଭିତରକୁ ଯିବେ। ମହାପ୍ରଭୁ, ମହାଲକ୍ଷ୍ମୀ, ବାବା ଲୋକନାଥ ଓ ମା' ବିମଳା ଆଶୀର୍ବାଦଙ୍କ ନେଇ ରତ୍ନଭଣ୍ଡାର ଖୋଲାଯିବ ବୋଲି ଜଷ୍ଟିସ୍‌ ରଥ କହିଛନ୍ତି। ରତ୍ନଭଣ୍ଡାର ଖୋଲିବା ସମୟରେ ଭଣ୍ଡାର ମେକାପ, ଦେଉଳକରଣ, ତଢ଼ଉକରଣ, ପ୍ରତିହାରୀ ପ୍ରମୁଖ ଉପସ୍ଥିତ ରହିବେ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି। ଠାକୁରଙ୍କ ଖଟଶେଜ ଘରକୁ ଷ୍ଟ୍ରଙ୍ଗରୁମ୍‌ କରାଯାଇଛି। ଏଠାରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି ଓ ମଣତି ପର୍ଯ୍ୟନ୍ତ ଗଚ୍ଛିତ ରଖାଯିବ ବୋଲି ଜଣାପଡ଼ିଛି।

୧୯୭୮ ମସିହାରେ ଶେଷଥର ପାଇଁ ରତ୍ନଭଣ୍ଡାରର ଅଳଙ୍କାର ଗଣତି ହୋଇଥିଲା। ଯେଉଁଥିରେ ବାହାର, ଭିତର ଓ ଚଳନ୍ତି ରତ୍ନଭଣ୍ଡାରର ଅଳଙ୍କାର ମିଶାାଇ ତାଲିକା ହୋଇଥିଲା। ୧୨ହଜାର ୮୩୧ ଭରି ପଥର ସହିତ ସୁନା ଅଳଙ୍କାର ଓ ୨୨ହଜାର ୧୫୩ ଭରି ପଥର ସହିତ ରୁପା ବାସନ, ପୂଜା ସାମଗ୍ରୀ ରହିଛି। ଗୋଟିଏ ଭରିର ଓଜନ ୧୧.୬୬ ଗ୍ରାମ ବୋଲି କୁହାଯାଉଥିବାରୁ ସେତେବେଳେ ସୁମାରି ହୋଇଥିବା ମୂଲ୍ୟବାନ ପଥର ସହିତ ସୱର୍ଣ୍ଣ ସାମଗ୍ରୀର ଓଜନ ୧୪୯ କିଲୋ ୬୦୯ ଗ୍ରାମରୁ ଅଧିକ ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+