Rath Yatra 2024: ସୁନାବେଶ ଓ ଅଧରପଣା ସମୟରେ ପୁରୀକୁ ଗଡ଼ିବ ୭୬ ସ୍ୱତନ୍ତ୍ର ଟ୍ରେନ
ରଥଯାତ୍ରା ପାଇଁ ସ୍ବତନ୍ତ୍ର ଟ୍ରେନ୍ । ତୀର୍ଥଯାତ୍ରୀ ଓ ଭକ୍ତଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ସ୍ଵତନ୍ତ୍ର ପଦକ୍ଷେପ ନେଇଛି । ସୁନାବେଶ ଓ ଅଧରପଣା ସମୟରେ ପୁରୀକୁ ଗଡ଼ିବ ୭୬ ସ୍ୱତନ୍ତ୍ର ଟ୍ରେନ ସୁନାବେଶ ପାଇଁ ୪୩ ଓ ଅଧରପଣା ପାଇଁ ୩୩ଟି ଟ୍ରେନ୍
ପୁରୀକୁ ସହଜରେ ଆସିପାରିବେ ।
ଠାକୁରଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ, ଭକ୍ତଙ୍କ ସୁବିଧା ପାଇଁ ୨୪ ଘଣ୍ଟିଆ କଂଟ୍ରୋଲ ରୁମ ଖୋଲାଯାଇଛି। ଷ୍ଟେସନରେ ଅତିରିକ୍ତ ବୁକିଂ କାଉଣ୍ଟର ଖୋଲାଯାଇଛି ।

ଅପରାହ୍ନ ୫ଟାରେ ସୁନାବେଶ ଆରମ୍ଭ ହୋଇ ୬ଟା ୩୦ ସୁଦ୍ଧା ଶେଷ ହେବ। ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କରିବେ । ସେପଟେ ସୁନାବେଶ ଓ ଅଧରପଣା ଉପଲକ୍ଷେ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ପୁରୀକୁ ନିୟମିତ ଟ୍ରେନ୍ ବ୍ୟତୀତ, ସୁନାବେଶ ପାଇଁ ୪୩ଟି ସ୍ୱତନ୍ତ୍ର ଟ୍ରେନ୍ ଏବଂ ଅଧରପଣା ପାଇଁ ୩୩ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଉଛି।
ପ୍ରଥମ ଥର ପାଇଁ ପୂର୍ବତଟ ରେଳପଥ ରାଜ୍ୟର ପ୍ରାୟ ସମସ୍ତ ଜିଲାରୁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରି ଯାତ୍ରୀମାନଙ୍କୁ ତୀର୍ଥସ୍ଥାନ ପରିଦର୍ଶନ କରାଇବାରେ ସୁବିଧା ପ୍ରଦାନ କରିଛି। ପୂର୍ବତଟ ରେଳପଥ ରଥ ଯାତ୍ରା ପାଇଁ ୩୧୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ଘୋଷଣା କରିଥିଲା। ୫ରୁ ୧୫ ଜୁଲାଇ ମଧ୍ୟରେ ପୂର୍ବତଟ ରେଳପଥ ପୁରୀକୁ ଓ ପୁରୀଠାରୁ ଗୁଣ୍ଡିଚା ଯାତ୍ରାଠାରୁ ବାହୁଡା ଯାତ୍ରା ମଧ୍ୟରେ ୨୩୯ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇ ସାରିଛି। ସୁନାବେଶ ପାଇଁ ପୂର୍ବତଟ ରେଳପଥ ପାରାଦ୍ବୀପ, ଅନୁଗୋଳ, ଭଦ୍ରକ, ଜୁନାଗଡ଼ ରୋଡ୍, ଖୋର୍ଦ୍ଧା ରୋଡ୍, ଦଶପଲ୍ଲା, ସୋମପେଟା, ପଲାସା, କେନ୍ଦୁଝରଗଡ, ଗୁଣୁପୁର, ଜଗଦଲପୁର, ସୋନପୁର, ସମ୍ବଲପୁରରୁ ସ୍ୱତନ୍ତ୍ର ଟ୍ରେନ ଗୁଡିକ ପୁରୀକୁ ଚଳାଚଳ କରିବ। ସେହିଭଳି ପାରାଦ୍ବୀପ, ଅନୁଗୋଳ, ଭଦ୍ରକ, ଦଶପଲ୍ଲା, ପଲାସା, କେନ୍ଦୁଝରଗଡ ଏବଂ ଖୋର୍ଦ୍ଧା ରୋଡରୁ ଟ୍ରେନ୍ ଗୁଡିକ ଅଧରପଣା ପାଇଁ ପୁରୀ ଅଭିମୁଖେ ଯାତ୍ରା କରିବ। ଯାତ୍ରୀମାନଙ୍କର ଅତିରିକ୍ତ ଭିଡ ଦୂର କରିବା ପାଇଁ ପୂର୍ବତଟ ରେଳପଥ ଭଦ୍ରକ, ପାରାଦ୍ବୀପ, ଅନୁଗୋଳ, ପଲାସା, କେନ୍ଦୁଝରଗଡ଼, ଦଶପଲ୍ଲା, ବ୍ରହ୍ମପୁରକୁ ପୁରୀଠାରୁ ଓ ତା'ପରଦିନ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ଯୋଜନା ରଖିଛି।
ପୁରୀକୁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ:
କେଉଁଠୁ କେଉଁଠିକୁ
ପାରାଦୀପ ପୁରୀ
ଅନୁଗୁଳ ପୁରୀ
ଭଦ୍ରକ ପୁରୀ
ଜୁନାଗଡ଼ ରୋଡ ପୁରୀ
ଖୋର୍ଦ୍ଧାରୋଡ ପୁରୀ
ଦଶପଲ୍ଲା ପୁରୀ
ସୋମପେଟା ପୁରୀ
ପଲାସା ପୁରୀ
କେନ୍ଦୁଝରଗଡ଼ ପୁରୀ
ଗୁଣପୁର ପୁରୀ
ଜଗଦଲପୁର ପୁରୀ
ସୋନପୁର ପୁରୀ
ସମ୍ୱଲପୁର ପୁରୀ












Click it and Unblock the Notifications