ଗଡିଲା ନନ୍ଦିଘୋଷ: ଆଗେ ଆଗେ ଗଲେ ବଡ଼ ଭାଇ ମଝିରେ ଶୁଭଦ୍ରା
ପୁରୀ: ଶେଷ ହେଲା ଭକ୍ତର ପ୍ରତୀକ୍ଷା । ବଡଦାଣ୍ଡରେ ଗଡିଲା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ଘଣ୍ଟାଘଣ୍ଟ ଧ୍ୱନିରେ ଗଗନପବନ ପ୍ରକମ୍ପିତ । ହରିବୋଲ, ହୁଳହୁଳିରେ କମ୍ପୁଛି ଚତୁର୍ଦ୍ଦିଗ । ଜଗାର ରଥକୁ ଟାଣି ନେଉଛନ୍ତି ଲକ୍ଷଲକ୍ଷ ଭକ୍ତ ।
ଆଗରେ ବଡ ଭାଇ ଭଳଭଦ୍ର ପରେ ଭଉଣୀ ସୁଭଦ୍ରା ବାହାରିବା ପରେ ଏବେ ପଛରେ ମାଡିଚାଲିଛି ମହାପ୍ରଭୁ ଜଗନ୍ନାଙ୍କ ନନ୍ଦିଘୋଷ ରଥ । ବିଭିନ୍ନ ନୀତିକାନ୍ତି ପରେ ନିର୍ଦ୍ଧାରିତ ସମୟ ଅନୁସାରେ ନନ୍ଦିଘୋଷ ରଥ ମାଉସୀ ମା' ଅଭିମୁଖେ ଗଡିଛି । ଡାହୁକ ରଥ ଉପରେ ଛିଡା ହୋଇ ଳମ୍ବା ବେତ ଧରି ଭକ୍ତ ମାନଙ୍କୁ ରଥ ଟାଣିବାକୁ ଉତ୍ସାହିତ କରୁଛନ୍ତି । ରଥ ଗଡିବା ଆରମ୍ଭ ହେବା ମାତ୍ରେ ବଡଦାଣ୍ଡ ହରିବୋଲ ଓ ହୁଳହୁଳି ପ୍ରକମ୍ପିତ ହୋଇ ଉଠିଥିଲା ।

ପ୍ରଶାସନ ପକ୍ଷରୁ ରଥଟଣା କାମ ୪ଟାରୁ ଆରମ୍ଭ ହେବାକୁ ଥିବା ବେଳେ, ନୀତିନିର୍ଘଣ୍ଟ ଆଗୁଆ ଶେଷ ହୋଇଯାଇଥିବାରୁ ଅପରାହ୍ଣ ୩ଟା ୪ ମିନିଟରେ ରଥଟଣା ଆରମ୍ଭ ହୋଇଯାଇଥିଲା। ପ୍ରଥମେ ବଡ଼ ଭାଇ ବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଥିଲା। ଏହାପରେ ୩ଟା ୫୫ ମିନିଟରେ ଦର୍ପଦଳନକୁ ଟାଣାଯାଉଛି। ଭକ୍ତଙ୍କ ହରିବୋଲ, ହୁଳହୁଳି ଡାକ ସହ ଘଣ୍ଟଘଣ୍ଟି ଧ୍ବନିରେ ବଡ଼ଦାଣ୍ଡ ଉଛୁଳି ପଡୁଛି। ଅପରାହ୍ଣ ୪ଟା ୫୦ରେ ନନ୍ଦିଘୋଷ ରଥକୁ ଭକ୍ତମାନେ ଶରଧାବାଲି ଅଭିମୁଖେ ଟାଣି ନେଇଛନ୍ତି। ଲକ୍ଷ ଲକ୍ଷ ଲୋକଙ୍କ ଗହଣରେ ଗଡ଼ିଚାଲିଛି ତିନି ରଥ । ଉତ୍ସାହର ରଥ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ । ମାଉସୀ ମାଆ ଘର ଅଭିମୁଖେ ରଥରେ ବସି ଯାତ୍ରା ଆରମ୍ଭ କରିଛନ୍ତି ଶ୍ରୀଜିଉ।












Click it and Unblock the Notifications