ଆଡ଼ପ ଦର୍ଶନ ହେଲା ଶେଷ ଦର୍ଶନ, ଆଡ଼ପ ମଣ୍ଡପ ଆଗରେ ଟଳି ପଡିଲେ ଭକ୍ତ
ପୁରୀ: ଆଡ଼ପ ଦର୍ଶନ ହେଲା ଶେଷ ଦର୍ଶନ । ଆଡ଼ପ ମଣ୍ଡପ ଆଗରେ ଟଳି ପଡିଲେ ଭକ୍ତ । ମୃତ ବ୍ୟକ୍ତି ହେଲେ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ଲକ୍ଷ୍ମୀଧର ଖୁଣ୍ଟିଆ(୮୨) । ସେ ଜଣେ ବରିଷ୍ଠ କଂଗ୍ରେସ ନେତା ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ।

ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସମୟରେ ସେ ଟଳି ପଡିଥିଲେ। ପରିବାରଲୋକେ ତାଙ୍କୁ ଅଚେତ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ସଙ୍ଗେସଙ୍ଗେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତେବେ ଗୁଣ୍ଡିଚା ମନ୍ଦିରରେ ଏଭଳି ଅଘଟଣ ପ୍ରଥମ ଥର ବୋଲି କୁହାଯାଉଛି ।












Click it and Unblock the Notifications