ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ
ପୁରୀ:ଆଜିଠୁ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ । ଗତକାଲି ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ସମ୍ପାଦନ ହେବା ପରେ ଆଜିଠୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ସକାଳୁ ମହାରଣା ସେବକ ଓ ଭୋଇ ସେବକ ଆସି ନିଜ କାମ ଆରମ୍ଭ କରିଛନ୍ତି ।
ମାନ୍ୟତା ରହିଛି ଯେ, ଅକ୍ଷୟ ତୃତୀୟା ଦିନ ମୁଖ୍ୟ ମହାରଣା, ଭୋଇ, କରତୀ, କମାର, ରୂପକାର ସେବାୟଙ୍କୁ ଶାଢୀ ବନ୍ଧାଯିବା ପରେ ଆରମ୍ଭ ହୋଇଥାଏ ତିନି ରଥ କାମ । ଆଜି ସକାଳୁ ରଥ ନିର୍ମାଣ ପାଇଁ ନିୟୋଜିତ ବିଶ୍ୱକର୍ମା ମହାରଣା ଓ କରତୀ ସେବାୟତ ପହଞ୍ଚି ରଥକାଠ ଚିରଟ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଭଉଁରୀରେ ଚକ ଡେରା କାର୍ଯ୍ୟ ଆରମ୍ଭ ଓ ଶୀତଳଷଷ୍ଠୀରେ ଚକଡେରା କାର୍ଯ୍ୟ ଶେଷ ହୋଇଥାଏ । ସେହିପରି ନୃସିଂହ ଚତୁର୍ଦ୍ଦଶୀ ଦିନ କୋଣଗୁଜ ଅନୁକୂଳ ଏବଂ ସ୍ନାନପୂର୍ଣ୍ଣିମାରେ ରଥର ଚାରିନାହାକା ଉଠିବ । ଶେଷରେ ଶ୍ରୀଗୁଣ୍ତିଚା ଯାତ୍ରା ଦିନ ପ୍ରାତଃ କାଳରୁ ବନଯୋଗ ବିଧିରେ ରଥ ପ୍ରତିଷ୍ଠା ହେବା ପରେ ବଡଦାଣ୍ତରେ ଗଡିବ ରଥ ।
ଗତକାଲି ଅପରାହ୍ନ ୪.୪୦ ମିନିଟରେ ମହାପ୍ରଭୁଙ୍କର ଆଜ୍ଞାମାଳ ପାଇ ତିନିବାଡର ପୂଜାପଣ୍ତା ସେବାୟତ ମାନେ ବିରାଟ ଶୋଭାଯାତ୍ରା କରି ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ପହଁଞ୍ଚିଥିଲେ । କାର୍ଯ୍ୟଳାୟ ସମ୍ମୁଖରେ ଥିବା ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଇଥିଲା । ବ୍ରାହ୍ମଣ ଓ ରାଜପୁରୋହିତ ମାନେ ବନଯୋଗ ବିଧିରେ ପୂଜାର୍ଚ୍ଚନା କରି ବିଶ୍ୱକର୍ମାଙ୍କ ଶାଢୀ ବନ୍ଧା ନୀତି କରିଥିଲେ । ସେହିପରି ୧୦ ଜଣ ମହରଣାଙ୍କୁ ଶାଢୀ ବାନ୍ଧିବା ପରେ ପ୍ରଥମେ ତାଳଧ୍ୱଜ, ପରେ ନନ୍ଦିଘୋଷ ଏବଂ ଶେଷରେ ଦର୍ପଦଳନ ରଥ ପାଇଁ ଉଦ୍ଦିଷ୍ଟ ଧଉରା କାଠ ଅନୁକୂଳ କରାଯାଇଥିଲା ।
-
ହୋଲିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ -
ପୁଣି ଥରେ ଭାରତକୁ ସାହାଯ୍ୟର ହାତ ବଢାଇଛି ଋଷିଆ, ସାରା ବିଶ୍ବରେ.... -
ବୁଡ଼ିଗଲା ଇରାନର ଯୁଦ୍ଧ ଜାହାଜ, 101 ଜଣ ନିଖୋଜ -
ଇରାନୀ ବିମାନକୁ ଗୁଳି କରି ଖସାଇଲା ଇସ୍ରାଏଲ -
ଇରାନର ମିସାଇଲ୍ ମାଡ଼ରେ ଆମେରିକାର ଯବାନ ନିହତ -
ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ -
ବିଜୟ ମହାପାତ୍ରଙ୍କ ଘରେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ -
ପ୍ରଧାନମନ୍ତ୍ରୀ ମୋଦୀ ଚାଲିଯିବା ପରେ ଅପରେସନ;ଇସ୍ରାଏଲ ରାଷ୍ଟ୍ରଦୂତ -
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ଆଫଗାନିସ୍ତାନ - ପାକିସ୍ତାନ ମୁହାଁମୁହିଁ ; ୧୫୦ ସୈନ୍ୟଙ୍କୁ ମାରିଲା ଆଫଗାନିସ୍ତାନ, ୪୦ ପୋଷ୍ଟ୍ ଉପରେ କବଜା -
ଆମେରିକା ଓ ଇସ୍ରାଏଲ ସହିତ ଇରାନର ତୀବ୍ର ଯୁଦ୍ଧ ; ବଢୁଛି ତେଲ ଦର...ଅଶୋଧିତ ତେଲର ୧ ଡଲାର ବୃଦ୍ଧି -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା












Click it and Unblock the Notifications