କୋଟିଆରେ ଧୁମଧାମରେ ପାଳନ ହେଲା ରଥଯାତ୍ରା
କୋରାପୁଟ: ଗତକାଲି (ମଙ୍ଗଳବାର) ପୁରୀ ଗଡ଼ିଛି ବିଶ୍ୱନୟନ୍ତା ମହାପ୍ରଭୁ ଜଗନ୍ନାଥଙ୍କ ରଥ । ତେବେ ପୁରୀ ସମେତ ରାଜ୍ୟ ତଥା ଦେଶ ବିଦେଶରେ ମଧ୍ୟ ପାଳିତ ହୋଇଛି ରଥଯାତ୍ରା । ଏହି ପରିପକ୍ଷୀରେ ଆଜି (ବୁଧବାର) କୋରାପୁଟ ଜିଲ୍ଲାର ସୀମାନ୍ତ କୋଟିଆଠାରେ ମଧ୍ୟ ବେଶ୍ ଧୁମଧାମରେ ପାଳନ ହୋଇଛି ରଥଯାତ୍ରା ।
ବିଭିନ୍ନ ରୀତିନୀତି ଶେଷ ହେବାପରେ ମହାପ୍ରଭୁଙ୍କ ରଥଟାଣି ନେଇଛନ୍ତି କୋଟିଆବାସୀ । ହଜାର ହଜାର ସଂଖ୍ୟାରେ ସ୍ଥାନୀୟ ଲୋକେ ଯୋଗ ଦେଇ ରଥ ଟାଣିଥିଲେ । ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲାସାରା କୋଟିଆ ଅଞ୍ଚଳ। ଏଠାରେ ଗୋଟିଏ ଦିନ ପରେ ରଥଟଣା ପରମ୍ପରା ରହିଛି । ଆଜି ରଥଟଣା କାର୍ଯ୍ୟକ୍ରମରେ ମାଳିଗୁଡ଼ା, ମାଳିମାର୍ଲା ସଂକୀର୍ତ୍ତନ ମଣ୍ଡଳୀ ଭଜନ ସଂକିର୍ତ୍ତନ କରି ରଥକୁ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ଟାଣି ନେଇଥିଲେ । ତେବେ ସୀମାନ୍ତ ଅଞ୍ଚଳ କୋଟିଆ ଭଳି ସ୍ଥାନରେ ମହାପ୍ରଭୁଙ୍କ ରଥଯାତ୍ରା ଏବେ ବେସ୍ ଚର୍ଚ୍ଚା ସାଉଣ୍ଟିଛି ।

ତେବେ କୋଟିଆକୁ ନେଇ ଆନ୍ଧ୍ର ସରକାରଙ୍କ ଲୋଲୁପ ଦୃଷ୍ଟି ଓ ରାଜ୍ୟ ସରକାରଙ୍କ ପାଟି ବନ୍ଦ ନୀତି ଏବେ ସବୁଠି ଚର୍ଚ୍ଚାରେ ରହିଛି । ଥରେ କିମ୍ବା ଦୁଇଥର ନୁହେଁ, ବାରମ୍ବାର ଓଡିଶାର ସୀମାନ୍ତ କୋଟିଆରେ ପଶି ଦାଦାଗିରି କରୁଛି ଆନ୍ଧ୍ର। କେତେବେଳେ କୋଟିଆବାସୀଙ୍କୁ ଆନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନାରେ ସାମିଲ କରାଯାଉଛି ତ କେତେବେଳେ ଲୋକଙ୍କୁ ଆନ୍ଦ୍ରରେ ଭୋଟ୍ ଦେବାକୁ ପାଇଁ ଷଡ଼ଯନ୍ତ୍ର କରାଯାଉଛି ।
ଗତକାଲି ମଧ୍ୟ ରଥଯାତ୍ରା ଅବସରରେ ଆନ୍ଧ୍ର ଅଧିକାରୀମାନେ ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତର ଅଧିକାଂଶ ଗାଁରେ ପଶି ମାପଚୁପ କରୁଥିବା ବେଳେ ଏହାର ପ୍ରତିବାଦ କରିଥିଲେ ସ୍ଥାନୀୟ ଲୋକେ । ତେବେ ଆନ୍ଧ୍ର ଅଧିକାରୀମାନେ ଲୋକଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।












Click it and Unblock the Notifications