ସରିଲା ଆଡ଼ପ ଦର୍ଶନ: କାଲି ବାହୁଡ଼ା, ଶ୍ରୀମନ୍ଦିରକୁ ବାହୁଡ଼ି ଯିବେ ଶ୍ରୀଜିଉ

ପୁରୀ: ସରିଲା ଆଡ଼ପ ଦର୍ଶନ । ନିର୍ଦ୍ଧାରିତ ସମୟ ଅନୁସାରେ ଶେଷ ହୋଇଛି ଆଡପ ଦର୍ଶନ । ଆଜି ଭୋର ୫ଟାରୁ ସନ୍ଧ୍ୟା ଦର୍ଶନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଅଗଣିତ ଶ୍ରଦ୍ଧାଳୁମାନେ ଗୁଣ୍ଡିଚାମନ୍ଦିର ସମ୍ମୁଖରେ ନିର୍ମାଣ କରାଯାଇଥିବା ବ୍ୟାରିକେଡ୍‍ ବାଟେ ଲମ୍ବାଧାଡିରେ ଯାଇ ଠାକୁରମାନଙ୍କୁ ଦର୍ଶନ କରିଥିଲେ ।

ଅନ୍ୟପଟେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । କାଲି ଶ୍ରୀମନ୍ଦିରକୁ ବାହୁଡିବେ ମହାପ୍ରଭୁ । ଗହଳିକୁ ନଜରରେ ରଖି ପ୍ରଶାସନ ପକ୍ଷ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଭକ୍ତମାନେ କିପରି ସୁରୁଖୁରୁରେ ମହାବାହୁଙ୍କ ଦର୍ଶନ କରିବା ସହ ରଥ ଟାଣିପାରିବେ ସେ ନେଇ ମଧ୍ୟ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Rath Yatra 2023

ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରରୁ ପୁରୀକୁ ସ୍ୱତନ୍ତ୍ର ବସ୍‍ ଚଳାଚଳ କରିବ । କଟକରୁ ୪୨ଟି ନିୟମିତ ବସ୍‍ ସହ ୬୦ଟି ଅସ୍ଥାୟୀ ବସ୍‍କୁ ଆସନ୍ତାକାଲିଠାରୁ ୩ ଦିନ ପାଇଁ ପୁରୀ ଯିବା ପାଇଁ ସ୍ୱତନ୍ତ୍ର ଅନୁମତି ପ୍ରଦାନ କରାଯାଇଛି ବୋଲି ପରିବହନ ବିଭାଗ କହିଛି । ସେହିପରି ଭୁବନେଶ୍ୱରରୁ ୬୫ଟି ଅସ୍ଥାୟୀ ବସକୁ ପୁରୀ ଅଭିମୁଖେ ଯାତ୍ରା କରିବା ପାଇଁ ଅନୁମତି ଦିଆଯାଇଛି । ସବୁ ବସ୍‍ରେ ଭଡ଼ା ସାରଣୀ ସହ ଅଧିକ ଅର୍ଥ ଆଦାୟ କଲେ ଅଭିଯୋଗ ପାଇଁ ସ୍ୱତନ୍ତ୍ର ସହାୟତା ନମ୍ବର ଜାରି କରାଯାଇଛି ।

ତେବେ ୨୯ ତାରିଖ ଗୁରୁବାର ଦିନ ହରିଶୟନ ଏକାଦଶୀ ତିଥିରେ ତିନି ଠାକୁରଙ୍କୁ ରଥଉପରେ ସୁନାବେଶ କରାଯିବ ଏବଂ ୩୦ ତାରିଖ ଶୁକ୍ରବାର ଦିନ ଦ୍ୱାଦଶୀରେ ଅଧରପଣା ଭୋଗ ହୋଇ ଶନିବାର ନିଳାଦ୍ରୀବିଜେରେ ଠାକୁରମାନେ ରଥ ଉପରୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରକୁ ବିଜେ କରିବାର କାର୍ଯ୍ୟକ୍ରମ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+