ସମୁଦ୍ର କୂଳରେ 125ଟି ବାଲି ରଥ ତିଆରି କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
ରଥଯାତ୍ରା ଅବସରରେ ସମୁଦ୍ର ବେଳାଭୂମିରେ ୧୨୫ଟି ବାଲି ରଥ ଏବଂ ପ୍ରଭୁ ଜଗନ୍ନାଥଙ୍କ ବାଲି ମୂର୍ତ୍ତି ତିଆରି କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୂର୍ବରୁ ସେ ୧୦୦ ଟି ବାଲି ରଥ ତିଆରି କରି ରେକର୍ଡ଼ କରିସାରିଛନ୍ତି। ବର୍ତ୍ତମାନ ସେ ୧୨୫ ଟି ବଳି ରଥ ତିଆରି
ପୁରୀ: ରଥଯାତ୍ରା ଅବସରରେ ସମୁଦ୍ର ବେଳାଭୂମିରେ ୧୨୫ଟି ବାଲି ରଥ ଏବଂ ପ୍ରଭୁ ଜଗନ୍ନାଥଙ୍କ ବାଲି ମୂର୍ତ୍ତି ତିଆରି କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୂର୍ବରୁ ସେ ୧୦୦ ଟି ବାଲି ରଥ ତିଆରି କରି ରେକର୍ଡ଼ କରିସାରିଛନ୍ତି। ବର୍ତ୍ତମାନ ସେ ୧୨୫ ଟି ବଳି ରଥ ତିଆରି କରି ଲିମକା ବୁକ ଅଫ ରେକର୍ଡ଼ ରେ ସ୍ଥାନ ପାଇବା ପାଇଁ ଚେଷ୍ଟା କରୁଛନ୍ତି।

ଏହି ମୂର୍ତ୍ତିଗୁଡିକ ତିଆରି କରିବାକୁ ପ୍ରାୟ ୧୪ ଘଣ୍ଟା ସମୟ ନେଇଥିଲେ । ଶିଳ୍ପୀ ନିଜର ଛାତ୍ର ମାନଙ୍କ ସହିତ ମିଶି ଏହି ସବୁ ବାଲୁକା କଳା ତିଆରି କରିଛନ୍ତି । ସୁଦର୍ଶନ ପଟ୍ଟାନାୟକ କହିଛନ୍ତି , ଯେ ଷୋଡଶ ଶତାବ୍ଦୀରେ ରଥଯାତ୍ରା ସମୟରେ ବାଲି କଳାର ଉତ୍ପତ୍ତି ହୋଇଥିବା ଜଣାପଡିଛି। ଯାହା ଜଗନ୍ନାଥଙ୍କ ଜଣେ ଭକ୍ତ ତଥା ଜଣେ ପ୍ରସିଦ୍ଧ କବି ବଳରାମ ଦାସଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା।
ଯିଏ ଏକଦା ଦାସୀମାନଙ୍କ ଦ୍ୱାରା ଅପମାନିତ ହୋଇଥିଲେ ଏବଂ ରଥଯାତ୍ରା ସମୟରେ ତାଙ୍କୁ ରଥ ଟାଣିବାକୁ ଅନୁମତି ଦିଆଯାଇ ନଥିଲା। ତା'ପରେ ସେ ସମୁଦ୍ର କୂଳକୁ ଯାଇ ବାଲି ଉପରେ ରଥ ମୂର୍ତ୍ତି ତିଆରି କରି ମହାପ୍ରଭୁଙ୍କୁ ପୂଜା କରିଥିଲେ। ଏଥିସହଏକକ ବ୍ୟବହାର ପ୍ଲାଷ୍ଟିକ ବ୍ୟବହାରରୁ ଦୂରେଇ ରୁହନ୍ତୁ ଏବଂ ରଥଯାତ୍ରା ସମୟରେ ପରିବେଶକୁ ସଫା ରଖିବାକୁ ପଟ୍ଟନାଏକ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।












Click it and Unblock the Notifications