ରଥ ଖଳାରେ ପହଞ୍ଚିଲା ରଥ ଦଉଡ଼ି, ଲାଗିଛି ୧୨୦ କେଜିର ରସି
ପାଖେଇ ଆସୁଛି ରଥ ଯାତ୍ରା । ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରଥ ଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ରଥ ଦଉଡ଼ି ।
ପୁରୀ: ପାଖେଇ ଆସୁଛି ରଥଯାତ୍ରା । ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ରଥ ଦଉଡ଼ି ।

୬ଟି ଘେର ଦଉଡି ଓ ୧୪ଟି ରଥଟଣା ଦଉଡି ମିଶାଇ ମୋଟି ୨୦ଟି ଦଉଡି ଆସିଛି । ରଥ ଦଉଡି ଗୁଡ଼ିକରେ ୧୨୦ କେଜି ରସି ଲାଗିଥିବା ବେଳେ ଦଉଡ଼ି ଲମ୍ବ ୬୭ମିଟର ବା ୨୨୦ ଫୁଟ ରହିଛି । ସେପଟେ ୩ଟି ଦଉଡିକୁ ୩ରଙ୍ଗର କରାଯାଇଛି । ଅବଶିଷ୍ଟ ୩ଟି ଆଉଟର କଡନ ଦଉଡି ଏଥିରେ ରହିଛି । କଡନ ଦଉଡିର ଲମ୍ବ ଶହେ ମିଟର ଲେଖାଏଁ ରଖାଯାଇଛି । ଓଡ଼ିଶା କତା ନିଗମକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି କୋଡିଏଟି ଦଉଡି ପାଇଁ ବରାଦ ଦିଆଯାଇଥିଲା ।
ଅନ୍ୟପଟେ ଆସନ୍ତାକାଲି ଶ୍ରୀକ୍ଷେତ୍ର ଭଉଁରୀ। ଏକାକୁ ଦୃଷ୍ଟିରେ ରଖି ରଥଖଳା ଓ ନରେନ୍ଦ୍ର ପୋଖରୀ ଚତୁଃପାର୍ଶ୍ଵରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମୋଟ୍ ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ଏନେଇ ପୁରୀ ଏସପି କନୱାର୍ ବିଶାଲ ସିଂହ ସୂଚନା ଦେଇଛନ୍ତି।












Click it and Unblock the Notifications