ବିରଳ ଦୃଶ୍ୟ, ଚିଲ ନେଇଗଲା ଶ୍ରୀମନ୍ଦିର ପତିତପାବନ ବାନା !
ଶ୍ରୀମନ୍ଦିର ବିରଳ ଦୃଶ୍ୟ। ଚିଲ ନେଇଗଲା ପତିତପାବନ ବାନା। ଶ୍ରୀମନ୍ଦିର ଠାରେ ଆଜି ସକାଳୁ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଏହି ଦୃଶ୍ୟ ଦେଖି ଭକ୍ତମାନେ କିଛି ସମୟ ପାଇଁ ଚିଲଟିକୁ ଚାହିଁ ରହିଥିଲେ। ତେବେ ଶ୍ରୀମନ୍ଦିର ନୀଳଚକ୍ରରେ ପ୍ରତ୍ୟେକ ଦିନ ବାନା ପରିବର୍ତ୍ତନ କରାଯାଉଥିବା ବେଳେ ବିଭିନ୍ନ ସମୟରେ ନୀଳଚକ୍ର ଉପରେ ଚିଲ ବସିଥିବାର ନଜିର ମଧ୍ୟ ଆସିଛି।

ହେଲେ ଆଜି ଏକ ଚିଲ ମହାପ୍ରଭୁଙ୍କ ନୀଳଚକ୍ର ବାନା ସାଙ୍ଗରେ ଉଠାଉଥିବା ସହ ନୀଳଚକ୍ର ଚତୁଃପାର୍ଶ୍ଵରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ଚିଲଟିକୁ ଦେଖି ଏମିତି ଲାଗୁଥିଲା ସତେ ଯେମିତି ସବୁ ଖୁସି ଆଜି ତା'କୁ ମିଳିଯାଇଛି।












Click it and Unblock the Notifications