ବିରଳ କଳା ମହାବଳ ବାଘର ମୃତ୍ୟୁ, ଶରୀରରେ ରହିଛି ଏକାଧିକ କ୍ଷତ ଚିହ୍ନ
ଶିମିଳିପାଳ: ଶିମିଳିପାଳ ଅଭୟାରଣ୍ୟରେ କୋର ଏରିଆରେ ମହାବଳ ବାଘର ମୃତ୍ୟୁ । ସାଢେ ୩ ବର୍ଷର ବିରଳ କଳା ମହାବଳ ବାଘର ମୃତ୍ୟୁ ଘଟିଛି । କଳା ବାଘ ଦେହରେ ଅନେକ କ୍ଷତଚିହ୍ନ ରହିଛି । ଏନେଇ ସୂଚନା ଦେଲେ ପିସିସିଏଫ୍ ସୁଶୀଲ କୁମାର ପପଲି ।
ତେବେ ନିଜ ଏରିଆ ପାଇଁ ବାଘ- ବାଘ ମଧ୍ୟରେ ଲଢେଇ ଯୋଗୁଁ କଳା ମହାଳ ବାଘର ମୃତ୍ୟୁ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ପୋଷ୍ଟମର୍ଟମ ପରେ ହିଁ କାରଣ ସ୍ପଷ୍ଟ ହେବ ବୋଲି ପିସିସିଏଫ୍ କହିଛନ୍ତି ।

ସୂଚନାଥାଉ ଯେ, ମୃତ ବାଘଟି ସାଢେ ୩ ବର୍ଷର ଏକ ଅଣ୍ତିରା ମହାବଳ ବାଘ । ମୟୂରଭଞ୍ଜ ବଡ଼ମୁଖବାଡି ଗ୍ରାମ ନିକଟରେ ମୃତ ବାଘକୁ ଠାବ କରିଛି ବନ ବିଭାଗ । ଜଏଣ୍ଟ ଟାସ୍କ ଫୋର୍ସ, ନ୍ୟାସନାଲ ଟାଇଗର କନଜର୍ଭେସନ ଅଥରିଟି ସଦସ୍ୟ, ସ୍ଥାନୀୟ ଡିଏଫଓ ଏବଂ ପ୍ରାଣୀଧନ ଅଧିକାରୀଙ୍କ ଉପସ୍ଥିତି ମୃତ ବାଘର ବ୍ୟବଚ୍ଛେଦ କରାଯାଇଛି ।












Click it and Unblock the Notifications