ଓଡ଼ିଆ ଯୁବତୀଙ୍କୁ ଦିଲ୍ଲୀରେ ଦୁଷ୍କର୍ମ ଘଟଣା: ବିଭିନ୍ନ ଦିଗ ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ସମୀକ୍ଷା କରିଛନ୍ତି । ହରିୟାଣା ଗସ୍ତ ପୂର୍ବରୁ ଏହି ଘଟଣା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଆଇଜି ଏସ. ସାଇନି ଏହି ମାମଲାର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ସୂଚନା ପ୍ରଦାନ କରିଛନ୍ତି । ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଓ ଦିଲ୍ଲୀ ପୋଲିସର ତଦନ୍ତର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା:

ଗତକାଲି ଦିଲ୍ଲୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶା ଯୁବତୀ ଦୁଷ୍କର୍ମ ମାମଲାର ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଘଟଣା ସମ୍ପର୍କରେ ନିଆ ଯାଇଥିବା ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ ମହିଳା ଆଇପିଏସ ଅଫିସର ଏସ୍. ସାଇନି । ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ତଥା ଦିଲ୍ଲୀ ପୋଲିସର ତଦନ୍ତର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିବା ସମସ୍ତ ଅପଡେଟ ଜାଣିଥିଲେ ।

ପୀଡ଼ିତାଙ୍କୁ ଭେଟିବେ ପରିବାର ଲୋକ:

ଓଡ଼ିଶା ସରକାର ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ନୂଆଦିଲ୍ଲୀକୁ ପଠାଇବା ବ୍ୟବସ୍ଥା ସହ ପୀଡ଼ିତାଙ୍କୁ ସର୍ବୋତ୍ତମ ଚିକିତ୍ସା ପ୍ରଦାନ କରିବା ପାଇଁ ସମସ୍ତ ବ୍ୟବସ୍ଥାର ସୁନିଶ୍ଚିତତା କରିଥିଲେ । ବର୍ତ୍ତମାନ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିବା ସହ ତାଙ୍କୁ ଏମ୍ସ ଟ୍ରମା କେୟାର ସେଣ୍ଟର ନୂଆଦିଲ୍ଲୀରୁ ଡିସଚାର୍ଜ କରାଯାଇଛି । ଏହି ମାମଲାର ଅଭିଯୁକ୍ତଙ୍କୁ ଶୀଘ୍ର ଚିହ୍ନଟ କରି ଗିରଫ କରିବା ପାଇଁ ଓଡ଼ିଶା ପୋଲିସ ଦିଲ୍ଲୀ ପୋଲିସ ସହିତ ନିୟମିତ ଭାବେ ଯୋଗାଯୋଗରେ ଆଲୋଚନା କରୁଛି । ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା, ଓଡ଼ିଶାର ଆଇଜି ଏସ୍ ସାଇନି ମଧ୍ୟ ଦିଲ୍ଲୀ ଅତିରିକ୍ତ କମିଶନର ସାଉଥ୍ ଡିଷ୍ଟ୍ରିକ୍ଟ ଏବଂ ଡିସିପି ସାଉଥ୍ ଇଷ୍ଟଙ୍କ ସହିତ ଆଲୋଚନା କରିଛନ୍ତି ।

  • ଦିଲ୍ଲୀରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ଘଟଣାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
  • ମାମଲାର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି ଆଇଜି ଏସ. ସାଇନି
  • ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ନୂଆଦିଲ୍ଲୀକୁ ପଠାଇବା ନେଇ ଆଲୋଚନା
  • ଆଇଜି ସାଇନି, ଦିଲ୍ଲୀ ଅତିରିକ୍ତ କମିଶନର ସାଉଥ୍ ଡିଷ୍ଟ୍ରିକ୍ଟ ଏବଂ ଡିସିପି ସାଉଥ୍ ଇଷ୍ଟଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି
  • ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି
  • ପୀଡ଼ିତାଙ୍କୁ ଏମ୍ସ (AIIMS) ଟ୍ରମା କେୟାର ସେଣ୍ଟର ନୂଆଦିଲ୍ଲୀରୁ ଡିସଚାର୍ଜ କରାଯାଇଛି

ପୋଲିସ ଡିଜିଙ୍କ ସମୀକ୍ଷା:

ଦିଲ୍ଲୀରେ ଓଡ଼ିଆ ମହିଳା ଦୁଷ୍କର୍ମ ମାମଲାର ସମୀକ୍ଷା କରିଥିଲେ ପୋଲିସ ଡିଜି ୱାଇବି ଖୁରାନିଆ । ସେ ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରାଙ୍କ ସହ ଦୁଇ ଦିନ ତଳେ କଥା ହୋଇଥିଲେ । ମାମଲାର ତଦନ୍ତ ସମ୍ପର୍କରେ ଡିଜିପି ଦିଲ୍ଲୀ କମିଶନରଙ୍କଠାରୁ ଅବଗତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସହଯୋଗରେ ପୀଡିତାଙ୍କ ପରିବାର ସଦସ୍ୟ ସେଠାରେ ଉପସ୍ଥିତ ରହିଛନ୍ତି । ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଓଡିଶା ପୋଲିସର ବରିଷ୍ଠ ପୋଲିସ ଅଧିକାରୀଗଣ ଦିଲ୍ଲୀ ପୋଲିସ ସହ ଯୋଗାଯୋଗରେ ରହିଛନ୍ତି । ଏହି ଘଟଣାର ତଦନ୍ତ କରୁଛି ଦିଲ୍ଲୀ ପୋଲିସ । ଓଡ଼ିଶା ସରକାରଙ୍କ ପକ୍ଷରୁ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଆଇଜି ଏସ. ସାଇନିଙ୍କୁ ଦିଲ୍ଲୀ ପଠାଯାଇଥିଲା ।

rape of odia women in Delhi

କଣ ଥିଲା ସମ୍ପୂର୍ଣ୍ଣ ଘଟଣା:

ଗତ ଶୁକ୍ରବାର ଭୋର ସମୟରେ ଦିଲ୍ଲୀର ସରାଇ କାଲେ ଖାନ ଅଞ୍ଚଳରେ ଓଡ଼ିଆ ମହିଳାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏନେଇ ଖବର ପାଇବା ପରେ ପୋଲିସ ପହଞ୍ଚି ମହିଳାଙ୍କୁ ଏମ୍ସରେ ଭର୍ତ୍ତି କରିଥିଲା । ପରେ ସେ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡିଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ଗୁରୁତର ସହ ନେଇଥିଲେ ରାଜ୍ୟ ସରକାର । ଘଟଣାର ତଦନ୍ତ ଜାରି ରହିଛି । ଅଭିଯୁକ୍ତକୁ ବର୍ତ୍ତମାନ ସୁଦ୍ଧା ଧରିବାରେ ସଫଳ ହୋଇନି ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+