ଓଡ଼ିଶାରେ ରାମକଥା: ମହେନ୍ଦ୍ରଗିରି ପର୍ବତରେ ପାଦ ରଖି ମାତା ସୀତାଙ୍କ ଅନୁସନ୍ଧାନରେ ବାହାରିଥିଲେ ହନୁମାନ

ଅଯୋଧ୍ୟା ରାମ ମନ୍ଦିରରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଯାଇଛି । ୫୦୦ ବର୍ଷ ପୂରୁଣା ସ୍ୱପ୍ନ ପୂରଣ ହୋଇଯାଇଛି । ସମସ୍ତ ଦେଶ ତଥା ସାରା ବିଶ୍ୱରେ ପ୍ରଭୁ ଶ୍ରୀ ରାମଙ୍କ ଭକ୍ତ ଆନନ୍ଦିତ ଥିବା ବେଳେ ଏକ ପର୍ବ ଭଳି ପାଳନ କରୁଛନ୍ତି । ଏହି ସମୟରେ ପ୍ରଭୁ ଶ୍ରୀ ରାମଙ୍କ ସହ ଜଡ଼ିତ ଅନେକ ଲୋକକଥା ଓ କିମ୍ବଦନ୍ତୀ ସାମ୍ନାକୁ ମଧ୍ୟ ଆସୁଛି । ଓଡ଼ିଶାରେ ରହିଛି ରାମଙ୍କ କିଛି ଅଜଣା କଥା ।

ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପର୍ବତକୁ ରାଜ୍ୟର ଦ୍ୱିତୀୟ ଜୈବବିବିଧତା ଐତିହ୍ୟସ୍ଥଳୀ ମାନ୍ୟତା ମିଳିଛି । ମହେନ୍ଦ୍ରଗିରିକୁ ରାମାୟଣ ଓ ମହାଭାରତ ଯୁଗ ସହ ଜଡିତ । ଆଉ ଏକ ଖାସ କଥା ହେସା ବିଶ୍ୱରେ ଯେତିକି ପ୍ରଜାତିର ଉଦ୍ଭିତ ଅଛନ୍ତି, ସେଥିରୁ ପ୍ରାୟ ୪୦ପ୍ରତିଶତ ପ୍ରଜାତି ଏଠାରେ ରହିଛନ୍ତି । ପ୍ରାୟ ୧୩୪୮ ପ୍ରଜାତିର ଉଦ୍ଭିଦ ମହେନ୍ଦ୍ରଗିରିରେ ଦେଖିବା ପାଇଁ ମିଳିଥାଏ । ତେବେ ଆପଣ ଜାଣିଛନ୍ତି କି, ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପର୍ବତରେ ରାମଙ୍କ ଭଉଣୀ ରହୁଥିଲେ ଏହା ସହ ହନୁମାନ ଏହି ମାର୍ଗ ଦେଇ ଶ୍ରୀ ଲଙ୍କା ଅଭିମୁଖେ ଯାତ୍ରା ମଧ୍ୟ କରିଥିଲେ । ଜାଲନ୍ତୁ ଜାଣିବା ପୁରା କାହାଣୀ ।

Mahendragiri

କିମ୍ବଦନ୍ତୀ ଅନୁସାରେ ଗୁପ୍ତ ମହେନ୍ଦ୍ରରେ ତ୍ରିତଳପ୍ରାସାଦ ତୁଲ୍ୟ ଋଷ୍ୟ ଶୃଙ୍ଗ ଗୁମ୍ଫା ରହିଛି ଯେଉଁଠି ରାମଙ୍କ ଭଉଣୀ ଶାନ୍ତା ସହିତ ଏହିଠାରେ ରହୁଥିଲେ ବୋଲି କଥିତ। ଏହା ବ୍ୟତୀତ ଖଡ଼ୀ ଗୁମ୍ଫା ନାମକ ଅନ୍ୟ ଏକ ଗୁମ୍ଫା ମଧ୍ୟ ରହିଛି । ମହେନ୍ଦ୍ରର ଦାରୁବ୍ରହ୍ମ ଓ ଅର୍ଜ୍ଜୁନ ଗୁମ୍ଫା ମଧ୍ୟରେ ଗୋଟିଏ ବିରାଟ ଖୋଲ ଦେଖିବାକୁ ମିଳିଥାଏ । ଯାହା ମଧ୍ୟରେ ଏକ ବିରାଟ ପାଦ ଚିହ୍ନଭଳି ଗୋଟିଏ ଗାତ ରହିଛି ।

ପୌରାଣିକ ମାନ୍ୟତା ରହିଛି, ମାତା ସୀତାଙ୍କ ହରଣ କରି ରାବଣ ନିଜର ସାମ୍ରାଜ୍ୟ ଲଙ୍କାକୁ ନେଇଯାଇଥିଲେ। ଯାହା ପରେ ହନୁମାନ ସୀତାଙ୍କୁ ଖୋଜିବା ପାଇଁ ବାହାରି ଥିଲେ । ସେହି ସମୟରେ ସେ ମହେନ୍ଦ୍ରର ଦାରୁବ୍ରହ୍ମ ଗୁମ୍ଫାରେ ପାଦ ପକାଇ ଲଙ୍କା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ବା ଲମ୍ପ ପ୍ରଦାନ କରିଥିଲେ । ସେହି ସମୟରୁ ଏଠାରେ ଏକ ବିରାଟ ପାଦ ଚିହ୍ନ ରହିଛି । ହନୁମାନଙ୍କ କୁଦାରେ ଏହି ଗର୍ତ୍ତ ସୃଷ୍ଟି ହୋଇଥିବା ଯୋଗୁଁ ଏହି କୁଦାକୁ ହନୁମାନ ଖୋଲ ବୋଲି କୁହାଯାଇଥାଏ । ପ୍ରଖର ବର୍ଷା ଜଳର ସ୍ରୋତ ପ୍ରବେଶ କରିବା ସତ୍ତେ୍ୱ ଉକ୍ତ ଗର୍ତ୍ତର କୌଣସି କ୍ଷତି ଆଜି ପର୍ଯ୍ୟନ୍ତ ହୋଇନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+