ବିଧାୟକ ବୈଠକରେ ପହଞ୍ଚି ନ ପାରିବାର କାରଣ କହିଲେ ରମେଶ ଜେନା
କାହିଁକି ବିଧାୟକ ବୈଠକରେ ପହଞ୍ଚି ପାରିଲେନି ସାନଖେମୁଣ୍ଡି ବିଧାୟକ ରମେଶ ଜେନା କହିଲେ କାରଣ । ସେ କହିଛନ୍ତି, ପୂର୍ବ ସ୍ଥିରୀକୃତ କାର୍ଯ୍ୟ ପାଇଁ ବିଳମ୍ବ ହୋଇଗଲା । ଆଗରୁ କେବେ ବିଜେଡି-କଂଗ୍ରେସ ଗଠବନ୍ଧନ ନ ଥିଲା। ମାତ୍ର ଏବେ କଣ ଭାବି ରାଜ୍ୟସଭାରେ ସମର୍ଥନ ଦେବେ କହୁଛନ୍ତି ମୁଁ ଜାଣିନି। କଂଗ୍ରେସ ବହୁ ବର୍ଷ ଧରି କ୍ଷମତାରେ ନାହିଁ, ଦୁର୍ବଳ ହୋଇଯାଇଛି। ସରକାରରେ ଥିବାବେଳେ ବିଜେଡି ମୋତେ ବହୁ ହଇରାଣ କରିଛି। ମୋ ଭଳି ଅନେକଙ୍କୁ ହଇରାଣ ହରକତ କରିଥିଲେ।

ଅନ୍ୟପକ୍ଷେ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, କଂଗ୍ରେସରେ କ୍ରସ ଭୋଟିଂ ହେବନି, AICC ନିଷ୍ପତ୍ତି ସମସ୍ତେ ମାନିବୁ । ବୈଠକରେ ଦୁଇଜଣ ବିଧାୟକ ଅନୁପସ୍ଥିତ ଥିଲେ। ରମେଶ-ଜେନା ଓ ସୋଫିଆ ର୍ଫିଦ୍ଦୋସ କାର୍ଯ୍ୟବ୍ୟସ୍ଥତାରୁ ଆସି ନ ଥିଲେ କିନ୍ତୁ ଉଭୟ ସମର୍ଥନ ଦେବେ ବୋଲି ମୋ ସହିତ କଥା ହୋଇ କହିଛନ୍ତି ବୋଲି କାଡମ କହିଛନ୍ତି।












Click it and Unblock the Notifications