ସରିଲା ରାମକୃଷ୍ଣ ଦାସ ମହାପାତ୍ରଙ୍କ ନିଲମ୍ବନ ଅବଧି; ଶ୍ରୀମନ୍ଦିରକୁ ଫେରିଲେ
ବରିଷ୍ଠ ଦଇତାପତି ନିଯୋଗ ସମ୍ପାଦକ ଶ୍ରୀ ରାମକୃଷ୍ଣ ଦାସ ମହାପାତ୍ରଙ୍କ ସରିଲା ନିଲମ୍ବନ ଅବଧି । ମାସେ ପରେ ଶ୍ରୀମନ୍ଦିରକୁ ଫେରିଲେ ରାମକୃଷ୍ଣ ଦାସ ମହାପାତ୍ର । ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା ଥିବାରୁ ଆଜି ଦଇତାପତି ସେବା କାର୍ଯ୍ୟରେ ଯୋଗ ଦେଇଛନ୍ତି। ଶ୍ରୀଜିଉଙ୍କ ସେନାପଟା ଲାଗି ନୀତିରେ ସାମିଲ ହୋଇଛନ୍ତି।
ସୂଚନା ଅନୁଯାୟୀ, ଗତ ମେ' ମାସ ୧୧ ତାରିଖରେ ଶ୍ରୀମନ୍ଦିର ପରମ୍ପରା ବିରୋଧୀ କାର୍ଯ୍ୟ ଯୋଗୁ ୩୦ ଦିନ ପାଇଁ ରାମକୃଷ୍ଣ ଦାସ ମହାପାତ୍ର ନିଲମ୍ବନ ହୋଇଥିଲେ । ଶ୍ରୀମନ୍ଦିର ପ୍ରବେଶ ଉପରେ ମଧ୍ୟ ଲାଗିଥିଲା କଟକଣା। ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ବିବାଦକୁ ଆସିଥିଲେ। ବଳକା ଦାରୁରେ ବିଗ୍ରହ ନିର୍ମାଣ ଏବଂ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାମକରଣକୁ ପ୍ରତିବାଦ କରିନଥିବାରୁ ନିଆଯାଇଥିଲା ଆକ୍ସନ। ତେବେ ଆଜି ନିଲମ୍ବନ ଅବଧି ସରିବା ପରେ ଦେଇତାପତି ସେବା କାର୍ଯ୍ୟ ଶ୍ରୀ ରାମକୃଷ୍ଣ ଦାସ ମହାପାତ୍ର ସାମିଲ ହୋଇଛନ୍ତି।













Click it and Unblock the Notifications