ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ , ଜାତୀୟ ସଙ୍ଗୀତ ପରିବେଷଣ କରିବେ ଛାତ୍ରୀ
ଆଜି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଛି । ମହାବିଦ୍ୟାଳୟ କ୍ୟାମ୍ପସର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଛାତ୍ରୀଙ୍କ ଲାଗି କରାଯାଇଛି ଡ୍ରେସକୋର୍ଡ ବ୍ୟବସ୍ଥା
ସୂଚନା ଅନୁସାରେ, ମଞ୍ଚକୁ ଆସିବା ପାଇଁ ଥିବା ଛାତ୍ରୀ ବିଭିନ୍ନ ରଙ୍ଗର ଗାଉନ ପିନ୍ଧିବେ ସେହିପରି ସ୍ୱର୍ଣ୍ଣ ପଦକ ପାଇବାକୁ ଥିବା ଛାତ୍ରୀ ଧଳା ରଙ୍ଗର ଶାଢ଼ୀ କିମ୍ବା ସଲୱାର ପିନ୍ଧିବେ । ରାଷ୍ଟ୍ରପତି ଆଜି ମଞ୍ଚରେ ୪ଜଣ ବିଶିଷ୍ଟ ମହିଳାଙ୍କୁ ଡକ୍ଟରେଟ୍ ପ୍ରଦାନ କରିବେ । ଅନ୍ୟ ପଦକ ରାଜ୍ୟପାଳ ଏବଂ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଦାନ କରିବାର ସୂଚନା ରହିଛି ।
ବିନା ମ୍ୟୁଜିକରେ ଜାତୀୟ ସଙ୍ଗୀତ ଗାଇବେ ଛାତ୍ରୀ
ସୂଚନା ଅନୁସାରେ, ରାଷ୍ଟ୍ରପତି ପହଁଚିବା ପରେ ଛାତ୍ରୀମାନେ ଜାତୀୟ ସଙ୍ଗୀତ ପରିବେଷଣ କରିବେ । ବିନା ମ୍ୟୁଜିକ୍ ଏବଂ ବିନା ବ୍ୟାଣ୍ତରେ ଜାତୀୟ ସଙ୍ଗୀତ ଗାନ କରିବେ । ପ୍ରାୟ ୭୦୦ ଛାତ୍ରୀ ବସିବାର ବ୍ୟବସ୍ଥା କରାଯାଇଛି ।
ସୁରକ୍ଷା ଉପରେ କମିସନରେଟ୍ ପୋଲିସର ନଜର
ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗତକାଲି ରମାଦେବୀ କ୍ୟାମ୍ପସ ଯାଇ ସୁରକ୍ଷା ବ୍ୟବସ୍ଥା ଜାଞ୍ଚ୍ କରିଛନ୍ତି । ଯେଉଁ ରାସ୍ତା ଦେଇ ରାଷ୍ଟ୍ରପତି କାର୍ଯ୍ୟକ୍ରମକୁ ଯିବେ ସେଠାରେ ବାରିକେଡ୍ ଲଗାଯାଇଛି । ଅପରାହ୍ଣ ୪ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ୧ ଘଣ୍ଟା ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ରହିଛି ।












Click it and Unblock the Notifications