ବିଜେଡିରୁ ଇସ୍ତଫା ଦେଲେ ରାମଚନ୍ଦ୍ର ପଣ୍ଡା
ବିଜେଡିକୁ ଝଟକା ବରିଷ୍ଠ । ଦଳରୁ ଇସ୍ତଫା ଦେଲେ ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି।

ବିଜେଡିରୁ ଇସ୍ତଫା ଦେବା ପରେ ଦଳରେ ଗଣତନ୍ତ୍ର ନଥିବା କହି ରାମଚନ୍ଦ୍ର ଦଳ ଉପରେ ବର୍ଷିଛନ୍ତି। ସେ ଏକ ପ୍ରେସବିଜ୍ଞପ୍ତି ଜାରି କରି ନିଜର ଅସନ୍ତୋଷ ଛାଡ଼ିଛନ୍ତି। ରାମଚନ୍ଦ୍ର ଜଣେ ଦକ୍ଷ ରାଜନୀତିଜ୍ଞ। ସେ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି। ୨୦୦୦ରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୨ତମ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।
ସେ ଆହୁରି ଲେଖିଛନ୍ତି ଯେ, ୨୦୧୯ ନିର୍ବାଚନର ଏକ ସପ୍ତାହ ପୂର୍ବରୁ ମୋତେ ବାଦ୍ ଦେଇ ଅନ୍ୟଜଣେ ନବାଗତକଙ୍କୁ ପ୍ରାର୍ଥୀ କରିବା ପାଇଁ ଘୋଷଣା କରାଗଲା। ତଥାପି ମୁଁ ଶୃଙ୍ଖଳାର ସହିତ ଦଳ ପାଇଁ କାମ କରିଥିଲି। ବର୍ତ୍ତମାନ ମଧ୍ୟ ଆସନ୍ନ ନିର୍ବାଚନ ପ୍ରାର୍ଥୀ ପାଇଁ ଚୟନକୁ କେନ୍ଦ୍ର କରି ଯେଭଳି ହଟ୍ଟଚମଟ ଓ ଏକ ତରଫା ମନ୍ତ୍ରଣାକୁ ଦେଖିବାକୁ ପାଇଲି ସେଥିରେ ଅନୁଭବ କଲି ଯେ ଉପର ଠଉରିଆଭାବେ ସରକାରୀ ପଦବୀ ଦେଇ ମୋତେ ଦଳରେ ରଖିବା ଦଳର ଏକମାତ୍ର ଉଦ୍ଦେଶ୍ୟ। ଯାହା ମୋର ସ୍ୱାଭିମାନ ଓ ସ୍ୱାଧୀନତା ପ୍ରତି ଏକ ପ୍ରକାର କଟାକ୍ଷ।












Click it and Unblock the Notifications