ଶ୍ରୀରାମ ନବମୀ: ସବୁଠି ଶୁଭୁଛି ରାମ ନାମ, ଉତ୍ସବ ମୁଖର ସାରା ରାଜ୍ୟ
ଆଜି ପବିତ୍ର ଶ୍ରୀରାମ ନବମୀ । ସବୁଠି ଶୁଭୁଛି ରାମ ନାମ । ରାମ ଧ୍ୱନୀରେ ଉଚ୍ଛବ ମୁଖର ହୋଇ ଉଠିଛି ସାରା ରାଜ୍ୟ । ଦୀର୍ଘ ଦୁଇବର୍ଷ ଧରି କରୋନା ପାଇଁ ଭଗବାନଙ୍କ ଏ ଉତ୍ସବରୁ ଦୂରେଇ ରହିଥିବା ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟିଛି ।
ଭୁବନେଶ୍ବର: ଆଜି ପବିତ୍ର ଶ୍ରୀରାମ ନବମୀ । ସବୁଠି ଶୁଭୁଛି ରାମ ନାମ । ରାମ ଧ୍ୱନୀରେ ଉଚ୍ଛବ ମୁଖର ହୋଇ ଉଠିଛି ସାରା ରାଜ୍ୟ । ଦୀର୍ଘ ଦୁଇବର୍ଷ ଧରି କରୋନା ପାଇଁ ଭଗବାନଙ୍କ ଏ ଉତ୍ସବରୁ ଦୂରେଇ ରହିଥିବା ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟିଛି ।

ରାଜଧାନୀରେ ଥିବା ସବୁ ଶ୍ରୀରାମ ମନ୍ଦିର ଓ ହନୁମାନ ମନ୍ଦିରରେ ପ୍ରସ୍ତୁତି ହୋଇଛି । ଆଲୋକମାଳାରେ ଝଲସୁଛି ମନ୍ଦିର । ସବୁଠି ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ରାଜଧାନୀର ୟୁନିଟ୍-୩ସ୍ଥିତ ଶ୍ରୀରାମ ମନ୍ଦିରରେ ରବିବାର ସକାଳ ୫ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ସବ ଚାଲିବ । ଭୋର୍ରୁ ନୀତିକାନ୍ତି ହୋଇଛି । ସକାଳ ସାଢ଼େ ୫ଟାରୁ ଭଗବାନଙ୍କ ଦର୍ଶନ କରିବାକୁ ଭକ୍ତଙ୍କ ଧାଡ଼ି ଲମ୍ବିଛି ।
ରାଜଧାନୀର ବାୟାବାବା ମଠ, ଚିତ୍ରକୁଟ ଆଶ୍ରମ ଓ ଇସ୍କନ୍ ପରିସରରେ ରାମନବମୀ ପାଳିତ ହେବ । ଇସ୍କନରେ ରାଧା-ଗୋପୀନାଥଜିଉଙ୍କ ଶୁଭ ଆବିର୍ଭାବ ତିଥି ତଥା ୨୮ତମ ବାର୍ଷିକ ଉତ୍ସବ ପାଳନ କରାଯିବ ।
ସେହିପରି ନୟାଗଡ଼ ଜିଲ୍ଲାର ଓଡ଼ଗାଁ ରଘୁନାଥ ମନ୍ଦିରରେ ଆଜି ଜାକଜମକରେ ପାଳିତ ହେଉଛି। ଭକ୍ତମାନେ ଦୂରଦୂରାନ୍ତରୁ ଭକ୍ତମାନେ ଆସି ଠାକୁରଙ୍କ ଏହି ଅପୂର୍ବ ଲୀଳାକୁ ଉପଭୋଗ କରୁଛନ୍ତି।

ଏଥର ବାଲେଶ୍ବରରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ଶ୍ରୀରାମ ଚେତନା ଜାଗରଣ ସଂଘ ପକ୍ଷରୁ ଜାକଜମକରେ ପାଳିତ ହେଉଛି। ସହରରେ ସଂକୀର୍ତ୍ତନ ଶୋଭାଯାତ୍ରା ଚାଲିଛି। ଏହି କାର୍ଯ୍ୟକ୍ରମ ସଫଳ କରିବା ପାଇଁ ସଂଗଠନର କାର୍ଯ୍ୟକର୍ତାମାନେ ଦିନରାତି ଏକ କରି ସହରକୁ ଗେରୁଆ ପତାକାରେ ସଜେଇବାରେ ଲାଗି ପଡ଼ିଥିଲେ। ଏଥିଲାଗି ଶନିବାର ଏବଂ ରବିବାର ଦୁଇଦିନ ଧରି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେଉଛି।
ଏଣେ ଭଦ୍ରକର ଐତିହାସିକ ଗାନ୍ଧୀ ପଡ଼ିଆଠାରେ ଶ୍ରୀରାମ ନବମୀ ମହାଯଜ୍ଞ ମହୋତ୍ସବ ମହାସମାରୋହରେ ପାଳନ କରାଯାଉଛି। କରୋନା କଟକଣା ପାଇଁ ଗତ ଦୁଇବର୍ଷ ହେଲା ଏଇ ମହୋତ୍ସବକୁ ନିରାଡମ୍ବର ଭାବେ ପାଳନ କରାଯାଉଥିଲା।












Click it and Unblock the Notifications