Ram Mandir: ଜାନୁଆରୀ ୨୨ରେ ଓଡ଼ିଶାରେ ବି ଅଧା ଦିନ ଛୁଟି ପାଇଁ ମଞ୍ଜୁରୀ, ପ୍ରାଣ ପ୍ରତିଷ୍ଠାରେ ପାଇଁ ରହିବ ବନ୍ଦ
ଭୁବନେଶ୍ୱର: ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଦେଶ ଉତ୍ସବମୁଖର ହୋଇ ଉଠିଛି । ଏଥିପାଇଁ ଓଡ଼ିଶା ସରକାର ମଧ୍ୟ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଅଫିସକୁ ଛୁଟି ପ୍ରଦାନ କରିଛନ୍ତି । ଜାନୁଆରୀ ୨୨ ଅଧା ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ୨୨ ତାରିଖ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ଅପିସ ଗୁଡ଼ିକ ଛୁଟି ରଖିବା ପାଇଁ ସରକାର ଘୋଷଣା କରିଛନ୍ତି ।
ଏହାପୂର୍ବରୁ କେନ୍ଦ୍ର ସରକାରଙ୍କ ତରଫରୁ ଏହି ଦିନ ହାଫ୍ ଡେ' ଛୁଟି ମଞ୍ଜୁର କରିଥିଲେ । ସରକାର ତାଙ୍କ ଆଦେଶରେ କହିଛନ୍ତି ଯେ, ଅଯୋଧ୍ୟାରେ ରାମଲାଲା ପ୍ରାଣ ପ୍ରତିଷ୍ଠା ୨୨ ଜାନୁୟାରୀ ୨୦୨୪ ରେ ସମଗ୍ର ଭାରତରେ ପାଳନ କରାଯିବ । କର୍ମଚାରୀମାନଙ୍କୁ ଏହି ଉତ୍ସବରେ ଅଂଶଗ୍ରହଣ କରିବାକୁ ସକ୍ଷମ କରିବାକୁ ନିଷ୍ପତ୍ତି ନିଆଯାଇଛି ଯେ ଭାରତର ସମସ୍ତ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ, କେନ୍ଦ୍ରୀୟ ଅନୁଷ୍ଠାନ ଏବଂ କେନ୍ଦ୍ରୀୟ ଶିଳ୍ପ ପ୍ରତିଷ୍ଠାନ ୨୨ ଜାନୁୟାରୀ ଅଧାଦିନ ବନ୍ଦ ରହିବ ।
ଆସନ୍ତା ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଦେଶର କେନ୍ଦ୍ର ସରକାରଙ୍କ ସମସ୍ତ ଅଫିସ୍, ଶିକ୍ଷାନୁଷ୍ଠାନ ଇତ୍ୟାଦି ବନ୍ଦ ରଖିବା ପାଇଁ ଘୋଷଣା କରିଛନ୍ତି ସରକାର ।

ସାରା ଦେଶରେ ଏହି ପବିତ୍ର ଅବସର ପାଇଁ କେନ୍ଦ୍ର ସରକାର ଅଧା ଦିନ ଛୁଟି ଘୋଷଣା କରିଥିଲେ । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଏହି ଛୁଟି ଘୋଷଣା ହୋଇଛି । ଜାନୁୟାରୀ ୨୨ ତାିରଖରେ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ଛୁଟି କରିବା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।
ଜାନୁୟାରୀ ୨୨ ତାରିଖକୁ ରାଜ୍ୟ ସରକାର ମଧ୍ୟ ଛୁଟି ଭାବରେ ଘୋଷଣା କରିଛନ୍ତି । ଅଯୋଧ୍ୟା ରାମ ମନ୍ଦିରରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ସାରା ରାଜ୍ୟରେ ଅଧା ଦିନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।












Click it and Unblock the Notifications