ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ; ହାତଯୋଡ଼ି ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ନେଲେ ନବୀନ

ଅଯୋଧ୍ୟା ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ବିରାଜିଲେ ରାମଲାଲ । ଆଉ ଏହି ସମାରୋହର ସିଧା ପ୍ରସାରଣ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଦିବ୍ୟ ଦୁର୍ଲ୍ଲଭ ମୁହୂର୍ତ୍ତକୁ ଦର୍ଶନ କଲାବେଳେ ହାତଯୋଡି ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସାରା ଦେଶ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ବିଭୋର ଦେଖିବାକୁ ମିଳିଛି । ଦେଶବାସୀ ଏହି ମୁହୂର୍ତ୍ତକୁ ଚାହିଁ ରହିଥିବାବେଳେ ଆଜି ପୂର୍ବ ନିର୍ଦ୍ଧାରିତ ରୀତିନୀତି ଅନୁସାରେ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି ।

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୮୪ ସେକେଣ୍ଡର ଶୁଭ ମୁହୂର୍ତ୍ତ ରହିଥିଲା । ଦ୍ୱିପହର ୧୨ଟା ୨୯ ମିନିଟ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ଯାଏଁ ଥିଲା ଅଭିଜିତ୍ ମୁହୂର୍ତ୍ତ । ମୋଦୀ ଅଯୋଧ୍ୟାରେ ୪ ଘଣ୍ଟା ରହି ସମସ୍ତ ରୀତି ସମ୍ପନ୍ନ କରିବା ନେଇ ସୂଚନା ରହିଛି ।

ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀ ତଥା ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଅଯୋଧ୍ୟାରେ ପହଞ୍ଚି ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହରେ ଅଂଶଗ୍ରହଣ କରିଛନ୍ତି । ମନ୍ଦିର ପହଞ୍ଚିଥିବା କ୍ରୀଡ଼ା ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ତେନ୍ଦୁଲକର ଅନ୍ୟତମ । ଭେଙ୍କଟେଶ ପ୍ରସାଦ, ମିତାଲି ରାଜ, ସାଇନା ନେହୱାଲ ପୂର୍ବରୁ ଏହି ସ୍ଥାନରେ ଅଛନ୍ତି ।

naveen_patnaik

ରାମମୟ ହୋଇଛି ଆମେରିକାର ଟାଇମ୍ସ ସ୍କୋୟାର । ଏହା ସହ ଆମେରିକାର ଅନେକ ସହରରେ ଏହି ସମାରୋହର ଲାଇଭ୍ ଟେଲିକାଷ୍ଟ ହେଉଛି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଟାଇମ୍ସ ସ୍କୋୟାରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ହାତରେ ଥିଲା ରାମନାମର ବାନା । ନାମ ସଂକୀର୍ତ୍ତନରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଶତାଧିକ ଭକ୍ତଙ୍କ 'ଜୟ ଶ୍ରୀରାମ' ନାରାରେ ଗୁଞ୍ଜରିତ ହୋଇ ଉଠୁଥିଲା ଟାଇମ୍ସ ସ୍କୋୟାର । ସୂଚନା ଅନୁଯାୟୀ, ପ୍ରାଣ ପ୍ରତିଷ୍ଠାର ଲାଇଭ୍ ଟେଲିକାଷ୍ଟ ପାଇଁ ନ୍ୟୁୟର୍କର ବିଭିନ୍ନ ଛକ ମାନଙ୍କରେ ବଡ଼ ବଡ଼ ସ୍କ୍ରିନ ଲଗାଯାଇଛି ।

ରାମ ମନ୍ଦିର ପାଇଁ କେତେ ଦାନ ଆସିଛି?
ରାମ ମନ୍ଦିରର ସମ୍ପୂର୍ଣ୍ଣ ହେବା ପାଇଁ 1,800 କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଯାହା ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତର ଟ୍ରଷ୍ଟ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ, ଯାହା ଭାରତ ତଥା ବିଦେଶରୁ 3500 କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+