Ram mandir: ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେଲେ ଗଜପତି ମହାରାଜା
ଦୀର୍ଘ ୫୦୦ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ଆଜି ସମଗ୍ର ଦେଶ ହୋଇ ଉଠିଛି ରାମମୟ । ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଦେଖିବା ପାଇଁ ସମସ୍ତେ ବ୍ୟଗ୍ର ହୋଇ ଉଠିଛନ୍ତି। ରୀତିନୀତି ଅନୁଯାୟୀ ଭଗବାନ ରାମଙ୍କ ମୂର୍ତ୍ତି ମନ୍ଦିରରେ ସ୍ଥାପନ ହୋଇଛି । ଆଜି ସମଗ୍ର ଦେଶ ରାମନାମରେ ପ୍ରକମ୍ପିତ ହୋଇଉଠିଛି। ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ଦେଶ ବିଦେଶରୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅଯୋଧ୍ୟାରେ ପହଞ୍ଚିଥିଲେ।

ଏହି ଅବସରରେ ପୁରୀ ଗଜପତି ମହାରାଜା ମଧ୍ୟ ଅଯୋଧ୍ୟା ଗସ୍ତ କରିଛନ୍ତି। ବହୁ ପ୍ରତିକ୍ଷିତ ପ୍ରାଣ ପ୍ରତିଷ୍ଠା ସମାରୋହ ନିମନ୍ତେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଯୋଧ୍ୟରେ ଉପସ୍ଥିତ ଅଛନ୍ତି। ତାଙ୍କ ସହ ମହାରାଣୀ ଲୀଳାବତୀ ପାଟ୍ଟମହାଦେଇ ମଧ୍ୟ ଅଯୋଧ୍ୟା ଗସ୍ତ କରିଛନ୍ତି ।
ଆଜି ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଯାହା ପାଇଁ ସାରା ଦେଶ ଅତି ଉତ୍କଣ୍ଠାର ସହିତ ଅନାଇ ବସିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ମୁଖ୍ୟ କର୍ତ୍ତା ହୋଇଥିଲେ ।












Click it and Unblock the Notifications