Ram Mandir: ଅଯୋଧ୍ୟାରେ ଧ୍ବଜାରୋହଣ ଉତ୍ସବ ଆଜି
ଝଲସୁଛି ରାମ ନଗରୀ ଅଯୋଧ୍ୟା। ଚାରିଆଡ଼େ ଶୁଭୁଛି କେବଳ ରାମ ନାମ। ଆଜି ଅର୍ଥାତ୍ ୨୬ ତାରିଖରେ ଅଯୋଧ୍ୟା ରାମ ମନ୍ଦିର ଶିଖରରେ ଧର୍ମ ଧ୍ବଜା ସ୍ଥାପନ ହେବ । ଏଥିପାଇଁ ଭବ୍ୟ ସଜେଇ ହୋଇଛି ଶ୍ରୀରାମ ଜନ୍ମ ଭୂମି । ସାରା ସହରକୁ ବିଭିନ୍ନ ଫୁଲ ଏବଂ ଆଲୋକମାଳରେ ସୁସଜ୍ଜିତ କରାଯାଇଛି ।
ଆଜି ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ।ଧ୍ବଜାରୋହଣ କାର୍ଯ୍ୟକ୍ରମ ପାଇଁ ଅଯୋଧ୍ୟାରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଟନ୍ ଦବାଇ ଧ୍ବଜା ସ୍ଥାପନକୁ ଉଦଘାଟନ କରିବେ । ରାମମନ୍ଦିର ସମେତ ଅନ୍ୟ ପାର୍ଶ୍ବ ମନ୍ଦିରରେ ବି ଧ୍ବଜାରୋହଣ କରାଯିବ ।
ସୂଚନା ଅନୁସାରେ ଅହମ୍ମଦାବାଦରେ ସ୍ବତନ୍ତ୍ର ଭାବେ ତିଆରି ହୋଇଛି ଏହି ଧ୍ବଜା । ୧୯୧ ଫୁଟ ଉଚ୍ଚତାରେ ମନ୍ଦିର ଶିଖରରେ ୨୨ ଫୁଟ ଓସାରର ଏହି ଧ୍ବଜା ସ୍ଥାପନ ହେବ । ଏହି ଧ୍ବଜାର ଓଜନ ପ୍ରାୟ ୧୧ କେଜି ରହିଛି । ଧ୍ବଜାରେ ରାମଙ୍କ ପ୍ରତୀକ ରହିଛି । ୩ଟି ଲେୟାର ଫେବ୍ରିକରେ ଏହି ଧ୍ବଜା ତିଆରି ହୋଇଛି । ଧ୍ବଜା ନିର୍ମାଣ ପାଇଁ ୨୫ ଦିନ ସମୟ ଲାଗିଛି । ପ୍ରଭୁ ରାମଚନ୍ଦ୍ର ବନବାସ ପରେ ଅଯୋଧ୍ୟାରେ ଆଗମନ ସମୟରେ ଯେପରି ଧର୍ମ ଧ୍ବଜା ସ୍ଥାପନ ହୋଇଥିଲା ସେହି କାହାଣୀକୁ କଳ୍ପନା କରି ଏହି ଧ୍ବଜାର ନିର୍ମାଣ କରାଯାଇଛି ବୋଲି କୁହାଯାଉଛି। ଦିନ ୧୨.୫୫ ରୁ ୧ ଟା ଶୁଭ ସମୟ ମଧ୍ଯରେ ଏହି ଧ୍ବଜାରୋହଣ ଉତ୍ସବ ଅନୁଷ୍ଠିତ ହେବ।

ସେହିପରି ରାମ ମନ୍ଦିର ପ୍ରଶାସନ ପକ୍ଷରୁ ରାମଲାଲାଙ୍କ ସ୍ବତନ୍ତ୍ର ପୂଜାବିଧି ପାଇଁ ଭବ୍ୟ ଆୟୋଜନ କରାଯାଇଛି । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications