ରାମ ମନ୍ଦିର: ହଜାରେ ବର୍ଷ ପର୍ଯ୍ୟନ୍ତ ମରାମତି ଲୋଡା ନାହିଁ, ସରିଲାଣି ୬୦ ପ୍ରତିଶତ କାର୍ଯ୍ୟ

ତିଆରି ହେଉଛି ଭବ୍ୟ ରାମ ମନ୍ଦିର। ଅଯୋଧ୍ୟା ରାମ ମୟ। ସବୁଠି ରାମ ଲାଲାଙ୍କ ଆରାଧନା। ପୁରା ନଗରୀ ସୁବାସିତ। ଆଉ ଏହାରି ଭିତରେ ଅତି ନିଖୁଣତାର ସହ କାରିଗର ତାର କାମ କରୁଛି। ଭକ୍ତିର ସମୁଦ୍ର ପାଲଟିଛି ଅଯୋଧ୍ୟା ନଗରୀ। ହେଲେ ମନ୍ଦିର ପ୍ରତିଷ୍ଠାକୁ ଅନେଇ ବସିଛନ୍ତି କୋଟି କୋଟି ରାମ ଭକ୍ତ।

ରାମ ମନ୍ଦିରର ୬୦ ପ୍ରତିଶତ କାର୍ଯ୍ୟ ସମାପ୍ତ ହୋଇଛି । ମନ୍ଦିରର ତଳ ମହଲା ପ୍ରସ୍ତୁତ, ବର୍ତ୍ତମାନ ଚଟାଣ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି। ଏକ ସଙ୍ଗେ ଦେଢ଼ ଲଷ ଲୋକ ରାମ ମନ୍ଦିର ପରିକ୍ରମା କରିପାରିବେ।

ଏହାର କାମ ଖୁବ୍‌ ମଜଭୁତ ହେଉଥିବା ବେଳେ ପ୍ରାୟ ହଜାରେ ବର୍ଷ ପର୍ଯ୍ୟନ୍ତ ମନ୍ଦିରର କୌଣସି ମରାମତି ଆବଶ୍ୟକ ପଡ଼ିବନି। କୌଣସି ଶକ୍ତିଶାଳୀ ଭୂକମ୍ପ ବି ଏହାକୁ ଦୋହଲାଇ ପାରିବନି । ବନ୍ୟା, ବାତ୍ୟା ହେଲେ ବି ଏହି ମନ୍ଦିରର କୌଣସି କ୍ଷୟକ୍ଷତି କରି ପାରିବନି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତି ରାୟ ଏନେଇ କହିଛନ୍ତି।

ram_mandir

ମନ୍ଦିରରେ ନିର୍ମିତ ହୋଇଥିବା ପିଲାରର ମୋଟେଇ ଖୁବ୍‌ ଅଧିକ ଥିବା ବେଳେ କାନ୍ଥ ତିଆରିରେ ଖୁବ୍‌ ଶକ୍ତିଶାଳୀ ପଥରର ବ୍ୟବହାର କରାଯାଇଛି। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖୁବ୍‌ ଶକ୍ତିଶାଳୀ ଥିବାରୁ କୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଏହାକୁ ଦୋହଲାଇ ପାରିବନି କି କୌଣସି କ୍ଷୟକ୍ଷତି ଘଟାଇ ପାରିବନି। ମନ୍ଦିର ନିର୍ମାଣ କାମ ହାତକୁ ନେଇଥିବା ଏଲ ଆଣ୍ଡ ଟି କମ୍ପାନୀର ପ୍ରୋଜେକ୍ଟ ଡାଇରେକ୍ଟର ଏନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଏ ପର୍ଯ୍ୟନ୍ତ ୧୭ ହଜାର ଗ୍ରାନାଇଟ ଷ୍ଟୋନ ବ୍ୟବହାର ହୋଇଥିବା ବେଳେ ପ୍ରତି ଷ୍ଟୋନର ଓଜନ ୨ ଟନ୍‌ ବୋଲି ଜଣାଯାଇଛି। ମିରଜାପୁରରୁ ୪ ଲକ୍ଷ ପିସ୍‌ ଗୋଲାପି ଷ୍ଟୋନ ସାଙ୍ଗକୁ ରାଜସ୍ଥାନରୁ ଆସିଥିବା ଲକ୍ଷେ କ୍ୟୁବିକ୍‌ ଫିଟ ମାର୍ବଲ ବ୍ୟବହାର ହୋଇଥିବା ଜଣାଯାଇଛି।

ଭୂମି ସ୍ତରରୁ ୪୮ ଫୁଟ ଉଚ୍ଚରେ କାନ୍ଥ ନିର୍ମାଣ ମଧ୍ୟ ମନ୍ଦିରର ଚାରି ଏକର ପରିସରରେ ଚାଲିଛି। ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଏହା ଗୁରୁତ୍ୱପୂର୍ଣ୍ଣ ହେବ। ଏଥି ସହିତ ମନ୍ଦିରର ପୂର୍ବ ଦିଗରେ ୨୦୦ ମିଟର ଲମ୍ବର ଟନେଲ ମଧ୍ୟ ନିର୍ମାଣ କରାଯାଉଛି। ଗତ ୨୦୨୦ ମସିହା ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ମନ୍ଦିରର ଭିତ୍ତିଭୂମି ସ୍ଥାପନ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+