ରେଳ ବଜେଟ: ଓଡ଼ିଶାକୁ ୧୦,୫୩୬ କୋଟି ଟଙ୍କାର ବ୍ୟୟବରାଦ

ଓଡ଼ିଶାରେ ଦ୍ରୁତ ଗତିରେ ରେଳ ବିକାଶ କାମ ଆଗେଇ ଚାଲିଛି । ଚଳିତ ବର୍ଷ ଓଡ଼ିଶାକୁ ୧୦,୫୩୬ କୋଟି ଟଙ୍କାର ବ୍ୟୟବରାଦ କରାଇଛି । ମୋଦୀ ସରକାରଙ୍କ ଅମଳରେ ଆଗେଇ ଚାଲିଛି ଓଡ଼ିଶାର ରେଳ ବିକାଶ ।

ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଉପସ୍ଥାପିତ ଅନ୍ତରୀଣ ବଜେଟ ପରେ ରେଳମନ୍ତ୍ରୀ ଅଶ୍ବୀନି ବୈଷ୍ଣବ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ୟୁପିଏ ସରକାରଙ୍କ ଅମଳରେ ଓଡ଼ିଶାକୁ ରେଳ ବଜେଟରେ ମାତ୍ର ୮୩୮ କୋଟି ଟଙ୍କାର ବ୍ୟୟବରାଦ କରାଯାଉଥିଲା । ଏହି ଅର୍ଥରେ ବର୍ଷକୁ ମାତ୍ର ୫୦ କିଲୋମିଟର ଲାଇନ ବିଛାଯାଉଥିଲା । କିନ୍ତୁ ମୋଦୀଙ୍କ ସରକାର ଅମଳରେ ଗତ ୩ ବର୍ଷ ହେଲା ହାରାହାରି ବର୍ଷକୁ ୧୦ ହଜାର କୋଟି ଓଡ଼ିଶାକୁ ଆସୁଛି ।

Raliway budget odisha

ଯଦି ରାଜ୍ୟସରକାର ଶୀଘ୍ର ଜମି ଅଧିଗ୍ରହଣ କରନ୍ତି ତେବେ କାମ ଆହୁରି ଦ୍ରୁତ ଗତିରେ ହୋଇପାରନ୍ତା ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ସବୁ ରାଜ୍ୟକୁ ବନ୍ଦେ ଭାରତ ଟ୍ରେନ ଆବଣ୍ଟିତ କରାଯାଇଛି । ସେ କହିଛନ୍ତି ଯେ, ୪୦ ହଜାର କିଲୋମିଟର ନୂଆ ରେଳ ନେଟଓ୍ବର୍କ ତିଆରି ହେବ । ଏହା ଜର୍ମାନୀ ଓ ସ୍ବିଜରଲାଣ୍ଡରେ ଥିବା ମୋଟ ରେଳ ନେଟଓ୍ବର୍କଠାରୁ ବି ଅଧିକ । ଅନ୍ୟପକ୍ଷରେ ସାରା ଦେଶରେ ପ୍ରାୟ ୧୩୦୦ ଷ୍ଟେସନ ନିର୍ମାଣ ଚାଲିଛି । ଚଳିତ ବଜେଟରେ ରେଳ ବିଭାଗକୁ ୨ ଲକ୍ଷ ୫୨ ହଜାର କୋଟି ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+