For Quick Alerts
Turn On Notification  
For Daily Alerts
Oneindia App Download

ଶ୍ରୀମନ୍ଦିରରେ ଲାଗି ହେଲା ରାକ୍ଷୀ ନୀତି, ଜଗା-ବଳିଆଙ୍କୁ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀଙ୍କ ସ୍ନେହ ସମ୍ପର୍କର ପ୍ରତୀକ ଏହି ରକ୍ଷା ବନ୍ଧନ ଉତ୍ସବ । ଖାଲି ମଣିଷ ନୁହଁନ୍ତି ନିଜେ ଭଗବାନ ମଧ୍ୟ ସାମିଲ ହେବେ ଏହି ପରମ୍ପରାରେ । ତେଣୁ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହୋଇଛି ରାକ୍ଷୀ ନୀତି ।

|

ପୁରୀ: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀଙ୍କ ସ୍ନେହ ସମ୍ପର୍କର ପ୍ରତୀକ ଏହି ରକ୍ଷା ବନ୍ଧନ ଉତ୍ସବ । ଖାଲି ମଣିଷ ନୁହଁନ୍ତି ନିଜେ ଭଗବାନ ମଧ୍ୟ ସାମିଲ ହେବେ ଏହି ପରମ୍ପରାରେ । ତେଣୁ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହୋଇଛି ରାକ୍ଷୀ ନୀତି ।

puri, raksha bandhan in Shree Mandir

ଦେବୀ ସୁଭଦ୍ରା ନିଜର ଦୁଇଭାଇ ଶ୍ରୀଜଗନ୍ନାଥ ଏବଂ ବଳଭଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି । ପ୍ରାୟ ୧୫ କିଲୋ ବାସୁଙ୍ଗା ପାଟରେ ପ୍ରସ୍ତୁତ ଏହି ସ୍ୱତନ୍ତ୍ର ରାଖୀକୁ ଚିତାଲାଗି ଅମାବାସ୍ୟା ପରଠାରୁ ପ୍ରସ୍ତୁତ କରିଥାଆନ୍ତି ପାଟରା ସେବାୟତ। ଏହାବ୍ୟତିତ ଶ୍ରୀଜୀଉମାନେ ଦୁଇଟି ଲେଖାଏଁ ଗୁଆମାଳ ମଧ୍ୟ ପରିଧାନ କରିଥାଆନ୍ତି। ନାଲି, ସବୁଜ, ହଳଦିଆ ଓ ନୀଳ ରଙ୍ଗର ଏହି ଗୁଆମାଳକୁ ମଧ୍ୟ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥାଏ। ଦ୍ୱିପ୍ରହର ଧୂପ ବେଶରେ ମହାପ୍ରଭୁ ଦକ୍ଷିଣ ଭୂଜରେ ଗୋଟିଏ ଏବଂ ଉତ୍ତର ଭୂଜରେ ୨ଟି ଆଜ୍ଞାମାଳ ଲାଗି ହୋଇଥାନ୍ତି। ଏହାପରେ ପାଟରା ବିଶୋଇ ସେବକଙ୍କ ଦ୍ୱାରା ବାସୁଙ୍ଗା ପାଟରେ ପ୍ରସ୍ତୁତ ୪ଟି ରାକ୍ଷୀ ଏବଂ ୪ଟି ଗୁଆମାଳକୁ ଶ୍ରୀଜଗନ୍ନାଥ ଏବଂ ବଡ଼ଠାକୁରଙ୍କ ଶ୍ରୀଭୁଜରେ ପୁଷ୍ପାଳକ ସେବକ ଲାଗି କରିଥାନ୍ତି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Raksha Bandhan Festival Celebrated in Shree Mandir
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X