Get Updates
Get notified of breaking news, exclusive insights, and must-see stories!

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା

ଆଜି ଶ୍ରୀ ମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା । ପବିତ୍ର ଗହ୍ମାପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଠାକୁର ଶ୍ରୀବଳଭଦ୍ର ବି ସାନ ଭଉଣୀ ହାତରୁ ରାକ୍ଷୀ ବାନ୍ଧିବେ । ଆଉ ଏଥିପାଇଁ ସରିଛି ପ୍ରସ୍ତୁତି ।

ଶ୍ରୀଜଗନ୍ନାଥଙ୍କ ପାଇଁ ଦୁଇଟି ଓ ବଳଭଦ୍ରଙ୍କର ଦୁଇଟି, ଏପରି ପାଇଁ ୪ଟି ରାକ୍ଷୀ ପ୍ରସ୍ତୁତ ହୋଇଛି । ନାଲି ଓ ହଳଦିଆ ରଙ୍ଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଓ ସବୁଜ ଓ ବାଇଗଣି ରଙ୍ଗରେ ବଡ଼ଠାକୁରଙ୍କ ପାଇଁ ରାଖୀ ପ୍ରସ୍ତୁତ ହେଉଛି । ସେହିଭଳି ଦୁଇ ଠାକୁରଙ୍କ ପାଇଁ ଦୁଇଟି ଲେଖାଏଁ ଚାରିଟି ଗୁଆମାଳ ବି ପ୍ରସ୍ତୁତ ଚାଲିଛି ।

୫୪ ଟି ଗୁଆରେ ପ୍ରସ୍ତୁତ ଏହି ଗୁଆମାଳ ମଧ୍ୟ ରକ୍ଷାବନ୍ଧନ ଅବସରରେ ଲାଗି କରାଯିବାର ପରମ୍ପରା ରହିଛି । ଏହାଛଡ଼ା ପାର୍ଶ୍ବ ଦେବାଦେବୀଙ୍କ ପାଇଁ ମଧ୍ୟ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ପାଟରା ବିଷୋୟୀ ସେବାୟତ ।

ଚିତା ଲାଗି ଅମାବାସ୍ୟାର ୧୦ ଦିନ ପରେ ରାକ୍ଷୀ ତିଆରି ଆରମ୍ଭ ହୋଇଥାଏ । ଏଥିପାଇଁ ୧୦ରୁ ୧୨ ଦିନ ଆଗରୁ ପାଟରା ବିଶୋଇ ଓ ତାଙ୍କ ପରିବାର ପ୍ରସ୍ତୁତି ଆରମ୍ଭ କରିଥାନ୍ତି ।

jagannath_temple

ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ ଆବଶ୍ୟକ ବାସୁଙ୍ଗା ପାଟ ଯୋଗାଇ ଦେଇଥାଏ । ପରେ ଏହି ପାଟକୁ ମସୃଣ କରାଯାଇ ହଳଦିଆ, ନାଲି, ନେଳି ଓ ବାଇଗଣି, ଏପରି ଚାରିପ୍ରକାର ରଙ୍ଗ ଦିଆଯାଇଥାଏ ।

ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତକୁ ହେଲା ଭଳି ରାକ୍ଷୀ ଆନୁମାନିକ ଭାବେ ପ୍ରସ୍ତୁତ କରାଯାଏ । ତେବେ ଏହାର କୌଣସି ନିର୍ଦ୍ଧିଷ୍ଟ ମାପ ନଥାଏ ।

ଶ୍ରୀମନ୍ଦିରରେ ବର୍ଷ ତମାମ ପାଳିତ ପର୍ବ ମଧ୍ୟରୁ ରକ୍ଷା ବନ୍ଧନର ବିଶେଷ ମହତ୍ବ ରହିଛି । ଗହ୍ମାପୂର୍ଣ୍ଣମୀ ଓ ବଳଭଦ୍ର ଜନ୍ମୋତ୍ସବ ପାଇଁ ଏହି ଦିନ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ ।

ନବଗ୍ରହ ଓ ପାର୍ଶ୍ବ ଦେବଙ୍କ ପାଇଁ ବି ଏହି ଅବସରରେ ୨୦ରୁ ଅଧିକ ଛୋଟ ରାଖୀ ପ୍ରସ୍ତୁତ କରାଯାଇଥାଏ । ଗହ୍ମା ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସହ ପାର୍ଶ୍ବ ଦେବଙ୍କଠାରେ ବି ଏହା ଲାଗି କରାଯାଏ ।

ସେହିପରି ଗତକାଲି ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତାଙ୍କୁ ରାକ୍ଷୀ ବାନ୍ଧିଛନ୍ତି ଭଉଣୀ ସୁଭଦ୍ରା । ପବିତ୍ର ରାକ୍ଷୀ ବନ୍ଧନରେ ଚଳଚଞ୍ଚଳ ହୋଇ ଉଠିଛି ତୁଳସୀ କ୍ଷେତ୍ର । ମନ୍ଦିର ପରିସରରେ ପ୍ରବଳ ଭକ୍ତଙ୍କ ଭିଡ ଲାଗି ରହିଥିଲା ।

ଭକ୍ତଙ୍କ ପାଇଁ ବି ସ୍ଵତନ୍ତ୍ର ଦିବସ ହୋଇଥିଲା । ପ୍ରଭୁ ବଡଠାକୁର ଅର୍ଥାତ୍ ବଳଦେବଜୀଉଙ୍କ ଜନ୍ମଦିନ ଥିବାରୁ ବହୁ ଦୁରରୁ ଭକ୍ତ ଆସିଥିଲେ । ଏହା ସହ ମନ୍ଦିରର ଅନେକ ନୀତିକାନ୍ତି ବି ସମାପ୍ତ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+