For Quick Alerts
Turn On Notification  
For Daily Alerts
Oneindia App Download

ରାକ୍ଷୀ ପୂର୍ଣ୍ଣିମା: ଭଦ୍ରା କିଏ, ଭଦ୍ରାକାଳ କ’ଣ ? କାହିଁକି ଏହି ସମୟରେ ରାକ୍ଷୀ ବାନ୍ଧିବା ନିଷେଧ ?

ବିଶେଷଜ୍ଞଙ୍କ ମତରେ ଅଗଷ୍ଟ 11 (ଆଜି) ଭଦ୍ରାକାଳ ହେତୁ ଏହି ଦିନ ରାକ୍ଷୀ ବାନ୍ଧିବା ଶୁଭ ହେବ ନାହିଁ । ତେବେ ଜାଣନ୍ତୁ, ଭଦ୍ରା କିଏ ? ଭଦ୍ରାକାଳ କ’ଣ ? କାହିଁକି ଏହି ସମୟରେ ରାକ୍ଷୀ ବନ୍ଧିବା ନିଶେଦ୍ଧ ?

|

Raksha Bandhan 2022: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଆଜି ଭାଇ ହାତରେ ରାକ୍ଷୀ ବାନ୍ଧିନ୍ତି ଭଉଣୀ । ଆଉ ଭାଇ ନିଜ ଭଉଣୀର ସୁରକ୍ଷା ପାଇଁ ଦିଏ ପ୍ରତିଶ୍ରୁତି । ଏହି ଖଣ୍ଡିଏ ସୁତାରେ ଯୋଡ଼ି ହୋଇ ଯାଏ ଭାଇ ଓ ଭଉଣୀର ସମ୍ପର୍କ। ଭଉଣୀର ସୁଖରେ ସୁଖି ଓ ଦୁଃଖରେ ଦୁଃଖି ହୁଏ ଭାଇ । ୟେ ଏମିତିକା ସମ୍ପର୍କ ଯାହା ଦୁନିଆର ସବୁଠୁ ପବିତ୍ର, ଅତୁଟ ଓ ସୁରକ୍ଷିତ ।

Raksha Bandhan 2022

ତେବେ ଏହି ପରମ୍ପରା ବହୁ ପ୍ରାଚୀନ କାଳରୁ ରହିଆସିଛି । ସେହିପରି ରାକ୍ଷୀ ପୂର୍ଣ୍ଣିମାର ଅନ୍ୟନାମ ଗହ୍ମା ପୂର୍ଣ୍ଣିମା । ଯାହାକୁ ହଳମୂଷଳଧାରୀ ଭଗବାନଙ୍କ ବଳଭଦ୍ରଙ୍କ ଜନ୍ମତିଥି ଭାବେ ଗ୍ରହଣ କରାଯାଏ । ତେଣୁ ଏହି ଦିନ ଗୋମାତାଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଏ । ବିଶେଷଜ୍ଞଙ୍କ ମତରେ ଅଗଷ୍ଟ 11 (ଆଜି) ଭଦ୍ରାକାଳ ହେତୁ ଏହି ଦିନ ରାକ୍ଷୀ ବାନ୍ଧିବା ଶୁଭ ହେବ ନାହିଁ । ତେବେ ଜାଣନ୍ତୁ, ଭଦ୍ରା କିଏ ? ଭଦ୍ରାକାଳ କ'ଣ ? କାହିଁକି ଏହି ସମୟରେ ରାକ୍ଷୀ ବନ୍ଧିବା ନିଷେଧ ?

ଭଦ୍ରା କିଏ ? ଭଦ୍ରାକାଳ କ'ଣ ?

ପୁରାଣ ଅନୁଯାୟୀ ଭଦ୍ରା ଶନିଦେବଙ୍କ ଭଉଣୀ ଏବଂ ସୂର୍ଯ୍ୟ ଭଗବାନଙ୍କ ଝିଅ। ତାଙ୍କ ପ୍ରକୃତି ମଧ୍ୟ ତାଙ୍କ ଭାଇ ଶନିଙ୍କ ପରି କଠୋର ବୋଲି ବିବେଚନା କରାଯାଏ । ଭଦ୍ରାଙ୍କ ପ୍ରକୃତି ବୁଝିବା ପାଇଁ ବ୍ରହ୍ମଦେବ ତାଙ୍କୁ ସମୟ ଗଣନାରେ ଏକ ବିଶେଷ ସ୍ଥାନ ଦେଇଛନ୍ତି । ହିନ୍ଦୁ କ୍ୟାଲେଣ୍ଡରକୁ ପ୍ରମୁଖ ଭାଗରେ ବିଭକ୍ତ କରାଯାଇଛି । ଏଗୁଡ଼ିକ ହେଉଛି ତିଥି, ବାର, ଯୋଗ, ନକ୍ଷତ୍ର ଏବଂ କରଣ । ଏଥିରେ 11ଟି କରଣ ରହିଥାଏ, ସେଥିମଧ୍ୟରୁ ସପ୍ତମ କରଣ ବିଷ୍ଣୁଙ୍କ ନାମ ଭଦ୍ରା ।

କାହିଁକି ଭଦ୍ରାକଳରେ ରାକ୍ଷୀ ବନ୍ଧା ଯାଏ ନାହିଁ ?

ଭଦ୍ରାକାଳରେ ଯାତ୍ରା, ଶୁଭ କାମ ଇତ୍ୟାଦି ନିଶେଦ୍ଧ । ରକ୍ଷା ବନ୍ଧନକୁ ଏକ ଶୁଭ କାର୍ଯ୍ୟ ଭାବରେ ବିବେଚନା କରାଯାଏ । ଏହି କାରଣରୁ ରାକ୍ଷୀ ଭଦ୍ରାକାଳରେ ବନ୍ଧା ଯାଇ ନଥାଏ । କାରଣ ବିଶ୍ୱାସ କରାଯାଏ ଯେ, ଲଙ୍କା ଅଧିପତି ରାବଣଙ୍କୁ ତାଙ୍କ ଭଉଣୀ ଶୃପଣେଖା ଏହି ଭଦ୍ରାକାଳରେ ରାକ୍ଷୀ ବାନ୍ଧିଥିଲେ । ଯାହା ପରେ ରାବଣର ସର୍ବନାଶ ହୋଇଥିଲା ।

ରାକ୍ଷା ବନ୍ଧନର ଶୁଭ ସମୟ

ଶ୍ରାବଣ ମାସର ପୂର୍ଣ୍ଣିମା ଅଗଷ୍ଟ 11, 2022 ସକାଳ 10:38ରୁ ଆରମ୍ଭ ହୋଇ ଅଗଷ୍ଟ 12, 2022 ରେ ସକାଳ 7.05ରେ ଶେଷ ହେବ । ତେବେ ଭଦ୍ରାକାଳ ଅଗଷ୍ଟ 11 ତାରିଖ ଭୋର ସମୟରୁ ସନ୍ଧ୍ୟା 8.51 ସମୟ ଯାଏଁ ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Raksha Bandhan 2022: Who is Bhadra, what is Bhadra Kaal ?
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X