ରାତି ପାହିଲେ ରାକ୍ଷୀପୂର୍ଣ୍ଣିମା, ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଅପେକ୍ଷାରେ ଭଉଣୀ

ଭାଇ-ଭଉଣୀଙ୍କ ଅପୂର୍ବ ଭଲପାଇବା ଓ ସ୍ନେହର ପର୍ବ ରାକ୍ଷୀ ପୂର୍ଣ୍ଣିମା ପାଇଁ ଅପେକ୍ଷା କରିଛି ସାରା ପରିବାର । ସବୁ ଭଉଣୀ ଅପେକ୍ଷା କରି ରହିଛନ୍ତି ଭାଇ ହାତରେ ସୁରକ୍ଷା, ସ୍ନେହ, ପ୍ରେମ ଆଉ ବନ୍ଧନର ସେହି ଡୋରୀ ବାନ୍ଧିବା ପାଇଁ । ଆଉ ଏଥିପାଇଁ ରାକ୍ଷୀ ବଜାରରେ ଭଳିକି ଭଳି ରାକ୍ଷୀର ପସରା, ମିଠା ଦୋକାନରେ ମିଠାର ସମ୍ଭାର । ସେପଟେ ଶ୍ରୀମନ୍ଦିରରେ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା । ଏଥିପାଇଁ ପାଟେରା ସେବକମାନେ ପ୍ରସ୍ତୁତ କରିଛନ୍ତି ବିରାଟ ରାକ୍ଷୀ ।

ଆଜି ସମସ୍ତ ରାକ୍ଷୀ ଦୋକାନରେ ଦେଖିବାକୁ ମିଳିଛି ଭିଡ଼ । ବଜାରରେ ଭଳିକି ଭଳି ଫ୍ୟାସନେବଲ୍ ରାକ୍ଷୀର ସମ୍ଭାର ଲାଗିଛି। ୧୦ଟଙ୍କାରୁ ଆରମ୍ଭ କରି ୨ ହଜାର ଟଙ୍କା ଯାଏଁ ରାକ୍ଷୀ ବିକ୍ରି ହେଉଛି । କିଛି ସ୍ଥାନରେ ତ ନିଆରା ରାକ୍ଷୀ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ପ୍ଲାଷ୍ଟିକ ଓ ଜରିର ବ୍ୟବହାର ନକରି ଗୋବର, ଗୋମୁତ୍ର, କ୍ଷୀର, ଦହି ଓ ଘିଅର ମିଶ୍ରଣ କରି ରାକ୍ଷୀ ପ୍ରସ୍ତୁତ କରିଛନ୍ତି । ପୁରୀରେ ପଞ୍ଚଗବ୍ୟ ରାକ୍ଷୀ ସମସ୍ତଙ୍କୁ ଆକର୍ଷିତ କରିଛି ।

Rakhi Purnima

କେବଳ ରାକ୍ଷୀ ନୁହେଁ, ମିଠା ଦୋକାନରେ ବି ଜମିଛି ଗ୍ରାହକଙ୍କ ଭିଡ଼ । ଚାହିଦାକୁ ଦେଖି ମିଠା ଦୋକାନୀ ମାନେ ନାନା ରକମର ମିଠା ବିକ୍ରି କରୁଛନ୍ତି । ଖୁଆ ମିଠା, ଗୋଲାପ ଜାମୁ, ଛେନା ପୋଡ଼ ଭଳି ଶହେରୁ ଅଧିକ ପ୍ରକାରର ମିଠି ବିକ୍ରି ହେଉଛି । ଏଥିସହ ଚକଲେଟ୍, କୋଲଡ୍ରିଙ୍କସକୁ ନେଇ ସେଲିବ୍ରେସନ୍ ପ୍ୟାକ୍ ପ୍ରସ୍ତୁତ ହୋଇଛି । ଭାଇର ଖୁସି ପାଇଁ ଭଉଣୀ କୌଣସି ବି ସୁଯୋଗ ହାତ ଛଡ଼ା କରିବାକୁ ଚାହୁନହାନ୍ତି ।

ତେବେ ଭାଇଙ୍କ ସୁରକ୍ଷା ପାଇଁ ତାଙ୍କ ହାତରେ ରାକ୍ଷୀ ବାନ୍ଧିବା ପୂର୍ବରୁ ଆଉ ଏକ କାମ କରିବା ଆପଣଙ୍କର ନିହାତି ଆବଶ୍ୟକ । ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ପୂର୍ବରୁ ଆପଣ କିଛି ଦେବାଦେବୀଙ୍କୁ ରାକ୍ଷୀ ବାନ୍ଧି ଭାଇଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରିପାରିବେ ।

ଶ୍ରୀଗଣେଶ : ସିଦ୍ଧି ବିନାୟକ ପ୍ରଭୁ ଶ୍ରୀଗଣେଶ ହିନ୍ଦୁ ଧର୍ମର ଅଗ୍ରପୂଜ୍ୟ । ପ୍ରତ୍ୟେକ ପର୍ବ ପର୍ବାଣୀ ତଥା ଖୁଲି ଉଲ୍ଲାସର ଦିନରେ ପ୍ରଥମେ ଲମ୍ବୋଦରଙ୍କୁ ପୂଜାର୍ଚ୍ଚନା କରାଯାଏ । ତେଣୁ ଆପଣ ଶ୍ରୀଗଣେଶଙ୍କୁ ଭାଇଙ୍କ ପୂର୍ବରୁ ରାକ୍ଷୀ ବାନ୍ଧିବା ଉଚିତ । ବିଘ୍ନ ବିନାଶନଙ୍କର ଲାଲ୍ ରଙ୍ଗ ଖୁବ ପସନ୍ଦ । ତେଣୁ ପାର୍ବତୀନନ୍ଦନଙ୍କୁ ଲାଲ ରଙ୍ଗର ରାକ୍ଷୀ ବାନ୍ଧିବା ଦ୍ୱାରା ଆପଣଙ୍କର ସମସ୍ତ ଅସୁବିଧା ଏବଂ ସମସ୍ୟା ଦୂର ହୋଇଯିବ ।

ଶିବ : ଶ୍ରାବଣ ଭଗବାନ ଶିବଙ୍କର ପ୍ରିୟ ମାସ ହୋଇଥାଏ । ତେବେ ଏହି ରକ୍ଷା ବନ୍ଧନ ପର୍ବ ଶ୍ରାବଣ ମାସର ଶେଷ ଦିନ ଆସିଥାଏ । ତେଣୁ ବାବା ଭୋଳାନାଥଙ୍କୁ ଏହି ଦିନ ରାକ୍ଷୀ ବାନ୍ଧିଲେ ଆପଣଙ୍କ ସବୁ ମନୋକାମନା ପୂରଣ ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+