Get Updates
Get notified of breaking news, exclusive insights, and must-see stories!

ମହାପ୍ରଭୁ ପିନ୍ଧିବେ ରାକ୍ଷୀ ,ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଶ୍ରୀଜିଉଙ୍କ ରାକ୍ଷୀ

Rakhi 2022 :Rakhi For Lord Jagannath In Final Stages Of Preparation, ମହାପ୍ରଭୁ ପିନ୍ଧିବେ ରାକ୍ଷୀ ,ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଶ୍ରୀଜିଉଙ୍କ ରାକ୍ଷୀRaksha Bandhan 2022 ,ଜଗନ୍ନାଥ ମନ୍ଦିର ପୁରୀ ଜଗନ୍ନାଥ ମନ୍ଦିର

ପୁରୀ: ସ୍ନେହ ଓ ବନ୍ଧନର ପର୍ବ ରାକ୍ଷୀ ପୁର୍ଣ୍ଣିମା । ଆଉ ମାତ୍ର ଦୁଇଦିନ ପରେ ଗହ୍ମାପୂର୍ଣ୍ଣିମା । ତିଥି ଅନୁଯାୟୀ ଶ୍ରାବଣ ମାସର ପୂର୍ଣ୍ଣିମାରେ ପାଳନ ହୋଇଥାଏ ଏହି ପବିତ୍ର ପର୍ବ । ରାକ୍ଷୀ ପୂର୍ଣ୍ଣମା ସହ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ ମଧ୍ୟ । ଯେଉଁଥି ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୂର୍ବରୁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇସାରିଛି । ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ ଓ ରାକ୍ଷୀ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଭଉଣୀ ସୁଭଦ୍ରା ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ । ଯେଉଁଥି ପାଇଁ ପ୍ରତିବର୍ଷ ସେବକ ଜଗନ୍ନାଥ ପାତ୍ର ରାକ୍ଷୀ ତିଆରି କରିଥାନ୍ତି । ଚଳିତ ବର୍ଷ ରାକ୍ଷୀ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ବୋଲି କହିଛନ୍ତି ଶ୍ରୀମନ୍ଦିର ପାଟରା ବିଶୋଇ ସେବକ ଜଗନ୍ନାଥ ପାତ୍ର । ତେବେ ବାସୁଙ୍ଗା ପାଟରେ ୪ଟି ବଡ଼ ରାକ୍ଷୀ ପ୍ରସ୍ତୁତ କରାଯାଇଛି । ଏହାସହ ଚାରିଟିଗୁଆ ମାଳ ମଧ୍ୟ ପ୍ରସ୍ତୁତ କରାଯାଇଛି । ଆସନ୍ତା ୧୧ ତାରିଖ ସକାଳେ ପ୍ରସ୍ତୁତ ହୋଇଥିବା ରାକ୍ଷୀ ଓ ଗୁଆମାଳ ଶ୍ରୀମନ୍ଦିରକୁ ନିଆଯିବ ।

rakhi 2022

ତେବେ ଚିତା ଲାଗି ଅମାବାସ୍ୟା ପରେ ହିଁ ମହାପ୍ରଭୁଙ୍କ ରାକ୍ଷୀ ତିଆରି କାମ ଆରମ୍ଭ ହୋଇଥାଏ । ସବୁଦାୟ ୪ଟି ରାକ୍ଷୀ ପ୍ରସ୍ତୁତ କରାଯାଇଥାଏ । ଶ୍ରୀଜଗନ୍ନାଥଙ୍କ ପାଇଁ ଦୁଇଟି ଓ ବଳଭଦ୍ରଙ୍କ ପାଇଁ ଦୁଇଟି ରାକ୍ଷୀ ତିଆରି ହୋଇଥାଏ । ନାଲି ଓ ହଳଦିଆ ରଙ୍ଗର ରକ୍ଷୀ ଶ୍ରୀଜଗନ୍ନାଥଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ବେଳେ ବାଇଗଣି ଓ ନେଳି ରଙ୍ଗରେ ଶ୍ରୀବଳଭଦ୍ରଙ୍କ ରାକ୍ଷୀ ତିଆରି କରାଯାଏ । ସେହିଭଳି ଗୁଆମାଳ ମଧ୍ୟ ଚାରି ପ୍ରକାର ରଙ୍ଗ ଦେଇ ପ୍ରସ୍ତୁତ କରାଯାଏ । ତେବେ ପ୍ରତି ଗୁଆମାଳରେ ୫୪ଟି ଗୁଆ ରହିଥାଏ ।
Rakhi For Lord Jagannath

ତେବେ ଜାଣିଛନ୍ତି କି କିପରି ପ୍ରସ୍ତୁତ ହୁଏ ମହାପ୍ରଭୁଙ୍କ ରାକ୍ଷୀ ?

ପ୍ରଥମେ ବାସୁଙ୍ଗା ବାସୁଙ୍ଗା ପାଟକୁ ନରମ କରାଯାଇଥାଏ । ଭଲ ଭା‌ବେ ଖରା ଖାଇବା ପରେ ଏଥିରେ ୪ଟି ରଙ୍ଗ ଦିଆଯାଇଥାଏ । ଯଥା ନାଲି, ନେଳି, ହଳଦିଆ ଓ ବାଇଗଣି ରଙ୍ଗ ଦିଆଯାଏ । ସେହିଭଳି ଗୁଆମାଳ ମଧ୍ୟ ପ୍ରସ୍ତୁତ କରାଯାଇଥାଏ । କେବଳ ଶ୍ରୀବଳଭଦ୍ର,ଶ୍ରୀଜଗନ୍ନାଥୟଙ୍କ ପାଇଁ ନୁହେଁ ବରଂ ପାର୍ଶ୍ବ ଦେବଦେବୀଙ୍କ ପାଇଁ ମଧ୍ୟ ୧୫ରୁ ଅଧିକ ରାକ୍ଷୀ ତିଆରି କରାଯାଇଥାଏ ।
ଏହା ମଧ୍ୟରେ ମହାପ୍ରଭୁଙ୍କ ପାଇଁ ରାକ୍ଷୀ ଓ ଗୁଆମାଳ ପ୍ରସ୍ତୁତି ସରିଛି ବୋଲି ଶ୍ରୀମନ୍ଦିର ପାଟରା ବିଶୋଇ ସେବକ ଜଗନ୍ନାଥ ପାତ୍ର ସୂଚନା ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+