Rajya Sabha: ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସୁଜିତ କୁମାର

ଭାଜପାରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସୁଜିତ କୁମାର । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଓ ୩୦ ଜଣ ବିଧାୟକ ପ୍ରସ୍ତାବକଙ୍କ ଉପସ୍ଥିତରେ ସୁଜିତ କୁମାର ନାମାଙ୍କନ ଭରିଛନ୍ତି ।

ସୁଜିତଙ୍କ ପାଇଁ ୩୦ ଜଣ ପ୍ରସ୍ତାବକ ଅଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ମନ୍ତ୍ରୀ ଓ ବିଧାୟକ ମାନଙ୍କ ଉପସ୍ଥିତିରେ ନାମାଙ୍କନ କରିଛନ୍ତି ସୁଜିତ କୁମାର । ରାଜ୍ୟସଭା ପ୍ରାର୍ଥୀ ଭାବେ ଆଜି ସୁଜିତ କୁମାରଙ୍କ ନାଁ ଘୋଷଣା କରିଥିଲା ବିଜେପି ସଂସଦୀୟ ବୋର୍ଡ ।

ସେପ୍ଟେମ୍ବର ୬ ତାରିଖରେ ସୁଜିତ କୁମାର ରାଜ୍ୟ ସଭା ସଦସ୍ୟ ପଦରୁ ଇସ୍ତଫା ଦେବା ସହ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ। ପରେ ସେ ଭାଜପାରେ ମିଶିଥିଲେ।

Rajya Sabha

ନାମାଙ୍କନ ଭରିବା ପୂର୍ବରୁ ସୁଜିତ କହିଥିଲେ, ପଶ୍ଚିମ ଏଂ ଦକ୍ଷିଣ ଓଡ଼ିଶାର ବିକାଶକୁ ପ୍ରାଧାନ୍ୟ ଦିଆଯିବ। ଭାଜପା ତାଙ୍କ ଉପରେ ଆସ୍ଥା ପ୍ରକଟ କରି ପୁଣିଥରେ ଟିକେଟ ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଧନ୍ୟବାଦ ଜଣାଇଥିଲେ।

ସୂଚନାଯୋଗ୍ୟ, ସାଂସଦ ପଦରୁ ଇସ୍ତଫା ଦେବା ପରେ ଦିଲ୍ଲୀରେ ବିଜେପିରେ ଯୋଗ ଦେଇଥିଲେ। ତେଣୁ ଏବେ ବିଜେପି ସୁଜିତ କୁମାରଙ୍କୁ ପୁଣି ରାଜ୍ୟସଭାକୁ ପଠାଇବ ନା ଦଳର ଆଉ କେଉଁ ନେତାଙ୍କୁ ପଠାଇବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ମାତ୍ର ଦଳ ସୁଜିତ କୁମାରଙ୍କ ନାଁରେ ମୋହର ମାରିଛି। ଆସନ୍ତା ଡିସେମ୍ବର ୨୦ତାରିଖରେ ୪ଟି ରାଜ୍ୟରେ ଖାଲି ପଡ଼ିଥିବା ୬ଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ। ଏନେଇ ଭାରତ ନିର୍ବାଚନ କମିସନ ଆଜି କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+