ରାଜ୍ୟସଭା ନିର୍ବାଚନ; ବିଜେଡି ବିଧାୟକଙ୍କୁ ନବୀନଙ୍କ ତାଗିଦ, ଆଜି ଓ ଆସନ୍ତାକାଲି ନବୀନ ନିବାସରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ
ରାଜ୍ୟ ସଭା ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଜୋର୍ ଧରିବାରେ ଲାଗିଛି। ସାଧାରଣ ଲୋକମାନେ ମଧ୍ୟ ରାଜ୍ୟସଭାକୁ ନେଇ ବିଶେଷ ଚର୍ଚ୍ଚା ଚଳାଇଛନ୍ତି। ଏହାରି ଭିତରେ ସବୁ ଦଳକୁ ବର୍ତ୍ତମାନ କ୍ରସ ଭୋଟିଂ ଭୟ ଘାରିଛି। ତେଣୁ ରାଜ୍ୟର ୩ ପ୍ରମୁଖ ଦଳ ନିଜ ବିଧାୟକମାନଙ୍କୁ ନେଇ ରାଜ୍ୟ ସଭା ନିର୍ବାଚନ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ରଖିବାକୁ ସ୍ଥିର କରିଛି।

ବିଜେଡିରୁ ଯେପରି କ୍ରସ ଭୋଟିଂ ନ ହୁଏ, ସେଥିପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ବିଶେଷ ଗୁରୁତ୍ୱଦେବା ଆରମ୍ଭ କରିଛନ୍ତି। ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ବିଜେଡି ବିଧାୟକମାନେ ସନ୍ଧ୍ୟା ୫ଟା୩୦ରୁ ୭ଟା୩୦ ପର୍ଯ୍ୟନ୍ତ ନବୀନ ନିବାସରେ ରହିବେ। ୧୩ ଏବଂ ୧୪ରେ ରାଜ୍ୟ ସଭା ନିର୍ବାଚନ ସମ୍ପର୍କିତ ବିଷୟ ଉପରେ ଟ୍ରେନିଂ କାର୍ଯ୍ୟକ୍ରମ ହେବ। ୧୫ ତାରିଖରେ ବିଧାୟକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମକୁ ଗୁରୁତ୍ୱପୂର୍ଣ୍ଣ ଭାବେ ବିଚାରକରି କାର୍ଯ୍ୟ କରାଯିବ ବୋଲି ଉଲ୍ଲେଖଥିବା ଚିଠି ସବୁ ବିଧାୟକଙ୍କୁ ନବୀନ ପଠାଇଛନ୍ତି।












Click it and Unblock the Notifications