ରାଜ୍ୟସଭା ନିର୍ବାଚନ: ୫ ବିଧାୟକ କ୍ରସ୍ ଭୋଟିଂ କରିଥିବା ସୂଚନା
ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଓଡ଼ିଶା ବିଧାନସଭାରେ ଭୋଟିଂ ଚାଲିଛି । ହେଲେ ଦଳୀୟ ହ୍ୱିପକୁ ଅବମାନନା କରି ୫ ଜଣ ବିଧାୟକ କ୍ରସ ଭୋଟିଂ କରିଥିବା ସୂଚନା ମିଳିଛି । କଂଗ୍ରେସର ଦାଶରଥି ଗମାଙ୍ଗ, ସୋଫିଆ ଫିର୍ଦ୍ଦୋସ ଓ ରମେଶ ଜେନା କ୍ରସ୍ ଭୋଟିଂ କରିଥିବା ସୂଚନା ରହିଥିବା ବେଳେ ବିଜେଡିରୁ ସୌଭିକ ବିଶ୍ୱାଳ ଓ ଚକ୍ରଧର କହଁର କ୍ରସ୍ ଭୋଟିଂ କରିଥିବା ଚର୍ଚ୍ଚା ହେଉଛି ।

କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ କିଛି ଦିନ ହେବ ନିଖୋଜ ହୋଇଯାଇଥିଲେ । ହଠାତ ସେ ବିଧାନସଭାରେ ପହଂଚି ମତଦାନ କରିଥିଲେ । ମତଦାନ ପରେ ଗଣମାଧ୍ୟମକୁ କହିଥିଲେ କି ସେ ଦଳ ନିର୍ଦ୍ଦେଶରେ ଭୋଟ ଦେଇଛନ୍ତି । ହେଲେ ଏବେ ଚର୍ଚ୍ଚା ହେଉଛି କି, ସେ କ୍ରସ୍ ଭୋଟିଂ କରିଛନ୍ତି । ସେହିଭଳି ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ ବିଶ୍ୱାଳ ମଧ୍ୟ କ୍ରସ ଭୋଟିଂ କରିଥିବା ଚର୍ଚ୍ଚା ହେଉଛି, ପ୍ରଭାତ ବିଶ୍ୱାଳଙ୍କୁ ବିଜେଡି କିଛିଦିନ ତଳେ ଦଳରୁ ନିଲମ୍ବନ କରିଥିଲେ । ସେପଟେ ମହମ୍ମଦ ମୋକିମ୍ କଂଗ୍ରେସ ଛାଡ଼ି ନୂଆ ଦଳ ଗଢ଼ୁଛନ୍ତି, ତାଙ୍କ ଝିଅ ତଥା କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ରାଜ୍ୟସଭା ନିର୍ବାଚନ ନେଇ କଂଗ୍ରେସରେ ହୋଇଥିବା ବିଭିନ୍ନ ବୈଠକରେ ଅନୁପସ୍ଥିତ ରହିଥିଲେ । ଆଜି ଭୋଟ ଦେବା ପରେ ସେ ଗଣମାଧ୍ୟମ ଠାରୁ ଦୂରେଇ ଚାଲିଯାଇଥିଲେ ।
-
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ଅଲିଭ ରିଡ୍ଲେଙ୍କ ଗଣ ଅଣ୍ଡାଦାନ ଆରମ୍ଭ -
ରାଜ୍ୟସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ, ୫ଟାରେ ଗଣତି -
ଆଜି ରାଜ୍ୟସଭା ନିର୍ବାଚନ; ବେଙ୍ଗାଲୁରୁ ଫେରିଲେ କଂଗ୍ରେସ ବିଧାୟକ, ସୋଫିଆ କହିଲେ... -
SCB ଅଗ୍ନିକାଣ୍ଡ: ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା -
ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ଝଡ଼ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ -
ରାଜ୍ୟସଭା ନିର୍ବାଚନ: ପାରାଦୀପ ଗଲେ ସମସ୍ତ ବିଜେପି ବିଧାୟକ -
ଡିଜିପିଙ୍କ ନିକଟରେ ୧୧ ମାଓବାଦୀଙ୍କ ଆତ୍ମସମର୍ପଣ -
ହଟିବେ ଶିଶୁ ଭିକ୍ଷୁକ, ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଜାରିକଲା ନିର୍ଦ୍ଦେଶନାମା -
ନବୀନ ଘୋଡ଼ା ବେପାରରେ ମାହିର;ପ୍ରତାପ ଶଡଙ୍ଗୀ -
ଦେଶ୍ୟାବ୍ୟାପି ଅତ୍ୟାବଶ୍ୟକୀୟ ସେବା ଲାଗି ନିରବଚ୍ଛିନ୍ନ ଇନ୍ଧନ ଯୋଗାଣ ସୁନିଶ୍ଚିତ କଲେ ସରକାର











Click it and Unblock the Notifications