Mamata Mohanta : ନାମାଙ୍କନ ଦାଖଲ କଲେ ବିଜେପି ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ

ବିଜେପି ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ ନାମାଙ୍କନ ଦାଖଲ କରିଛନ୍ତି । ବିଧାନସଭାରେ ନାମାଙ୍କନ ଦାଖଲ କଲେ ମମତା ମହାନ୍ତ । କୁଡୁମୀ ସମାଜର ବରିଷ୍ଠ ନେତ୍ରୀ ହେଉଛନ୍ତି ମମତା ମହାନ୍ତ । କାଲି ମମତାଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି । ସଂଖ୍ୟା ଦୃଷ୍ଟିରୁ ବିଜେପି ଏହି ସିଟ୍ ଜିତିବା ନିଶ୍ଚିତ ।

ତେବେ ଆବଶ୍ୟକ ପଡିଲେ ସେପ୍ଟେମ୍ବର ୩ରେ ଉପନିର୍ବାଚନ ହେବ। ସେହିଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣତି କରାଯାଇ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

Rajya Sabha candidate

ତେବେ ପ୍ରାର୍ଥୀ ଘୋଷଣା ପରେ ମମତା ମହାନ୍ତ କହିଛନ୍ତି, ଟିକେଟ ଦେବା ପାଇଁ ପୂର୍ବରୁ କୌଣସି ପ୍ରତିଶ୍ରୁତି ମିଳି ନ ଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଭାଜପାରେ ମିଶିଛି। ପୁଣି ରାଜ୍ୟ ସଭା ଟିକେଟ ଦେବାକୁ କେହି କମିଟମେଣ୍ଟ କରିନଥିଲେ। ଦଳ ମୋତେ ଯେତେବେଳେ ଯେଉଁ କାମ ଦେବ, ନିଷ୍ଠାପର ଭାବେ କରିବି। ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ସଭାପତି ନଡ୍ଡାଙ୍କୁ କୃତଜ୍ଞତା ଜଣାଉଛି।

ସୂଚନାଥାଉ କି, ମମତା ଯେଉଁ ପଦରୁ ଇସ୍ତଫା ଦେଇଥିଲେ ଏବେ ପୁଣି ସେହି ପଦ ପାଇଁ ପ୍ରାର୍ଥୀ ହେଲେ । ପଦବୀ ଏକା କିନ୍ତୁ ଦଳ ଅଲଗା । ଅର୍ଥାତ ପୁଣି ରାଜ୍ୟ ସଭା ପ୍ରାର୍ଥୀ ହୋଇଛନ୍ତି ମମତା ମହନ୍ତ । ବିଜେଡିରୁ ପ୍ରାର୍ଥୀ ହୋଇ ରାଜ୍ୟ ସଭାକୁ ଯାଇଥିବା ମମତା ମହାନ୍ତ ନିକଟରେ ଉଭୟ ବିଜେଡି ଓ ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇଥିଲେ । ଆଉ ତା ପରଦିନ ହିଁ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ଏବେ ଦଳ ତାଙ୍କୁ ପୁଣି ଟିକେଟ୍‌ ଦେଇଛି। ଦଳରେ ମିଶୁ ମିଶୁ ପୁଣି ତାଙ୍କୁ ରାଜ୍ୟ ସଭା ପ୍ରାର୍ଥୀ କରାଯାଇଛି ।

ମୟୂରଭଞ୍ଜ‌ରେ ଖୁସିର ମାହୋଲ୍‌ ଖେଳିଯାଇଛି । ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ୍‌ କହିଛନ୍ତି, କେନ୍ଦ୍ରରେ ମୋଦୀ ସରକାରଙ୍କୁ ସୁଦୃଢ଼ କରିବା ପାଇଁ ମମତା ବିଜେପିରେ ଯୋଗ ଦେଇଥିଲେ। ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିବା ଦ୍ବାରା ମୟୂରଭଞ୍ଜ ଜିଲ୍ଲାରେ ଦଳ ସୁଦୃଢ଼ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+