ରାଜ୍ୟ ଅତିଥି ଭବନ ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ
ଭୁବନେଶ୍ୱର : ପୁରୀରୁ ଫେରିବା ପରେ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବୈଠକ କରିଛନ୍ତି। ସରକାରୀ ଅଧିକାରୀଙ୍କୁ ଡାକି କରୁଛନ୍ତି ଆଲୋଚନା କରିଛନ୍ତି। ରାଜ୍ୟ ଅତିଥି ଭବନ ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ପାଲଟିଛି। ଅତିଥି ଭବନର ପ୍ରଥମ ମହଲାକୁ ଏଥିଲାଗି ପ୍ରସ୍ତୁତ କରାଯାଇଛି। ପୁରୀରୁ ଫେରିବା ପରେ ନୂଆ ମୁଖ୍ୟମନ୍ତ୍ରୀ ଅତିଥି ଭବନରେ ପହଞ୍ଚିଛନ୍ତି।
ତେବେ ଦୀର୍ଘ ୨୫ ବର୍ଷ ଧରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଘରୁ ହିଁ ଶାସନ ଚଳାଇ ଆସୁଥିଲେ। ଏଣୁ ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଘର ଖୋଜା ଚାଲିଛି। ଏବେ ପାଇଁ ଅସ୍ଥାୟୀ ଭାବେ ଅତିଥି ଭବନକୁ ସିଏମ୍ଓ ଭାବେ ବ୍ୟବହାର କରାଯାଉଛି।

ସୂଚନାଯୋଗ୍ୟ, ଓଡିଶା ମୁଖ୍ୟମନ୍ତ୍ରୀଙ୍କ ପାଇଁ କିଛି ନିର୍ଦ୍ଦିଷ୍ଟ ବଙ୍ଗଳା ପ୍ରଦାନ କରାଯାଇନାହିଁ । ପୂର୍ବରୁ ରାଜ୍ୟ ସରକାରଙ୍କ ମୁଖ୍ୟ ଭାବରେ ୨୪ ବର୍ଷ କାର୍ଯ୍ୟକାଳରେ ନବୀନ ପଟ୍ଟନାୟକ ତାଙ୍କ ବ୍ୟକ୍ତିଗତ ଘର ନବୀନ ନିବାସରୁ କାର୍ଯ୍ୟ କରିଥିଲେ, ଯେହେତୁ ସେ କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ ସେଠି ହିଁ କାର୍ଯ୍ୟ କରିଥିଲେ ତ ତାକୁ ହିଁ ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଭାବରେ ଜଣା ଯାଉଥିଲା।












Click it and Unblock the Notifications