ଭେଣ୍ଟିଲେଟରରେ ରାଜୁ ଶ୍ରୀବାସ୍ତବ ,ଦିଲ୍ଲୀ ଏମ୍ସରେ ଚାଲିଛି ଚିକିତ୍ସା
Raju Srivastava Health Update: ଭେଣ୍ଟିଲେଟରରେ ରାଜୁ ଶ୍ରୀବାସ୍ତବ ,ଦିଲ୍ଲୀ ଏମ୍ସରେ ଚାଲିଛି ଚିକିତ୍ସା ,ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ଅପ୍ଡେଟ୍ ନେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ବଲିଉଡ କମେଡିଆନ୍ ରାଜୁ ଶ୍ରୀବାସ୍ତବ । ହୃଦଘାତର ଶିକାର ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ବର୍ତ୍ତମାନ ସେ ଆଇସିୟୁରେ ଅଛନ୍ତି । ଏବେ ବି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପର୍ଣ୍ଣ ରହିଛି । ଗତ ବୁଧବାର ହୃଦଘାତର ଶିକାର ହୋଇଥିଲେ ଷ୍ଟାଣ୍ଡଅଫ୍ କମେଡିଆନ । ଯୋଗୀ ଅଦିତ୍ୟନାଥଙ୍କ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜୁ ଶ୍ରୀବାସ୍ତବଙ୍କ ପରିବାର ସହ କଥା ହୋଇଥିଲେ । ତେବେ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ତାଙ୍କ ଚିକିତ୍ସାରେ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ରାଜୁ ଶ୍ରୀବାସ୍ତଙ୍କ ପତ୍ନୀ ଶିଖାଙ୍କ ସହ ଫୋନରେ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ରାଜୁ ଶ୍ରୀବାସ୍ତବ ଉତ୍ତର ପ୍ରଦେଶ ସିନେ ବିକାଶ ପରିଷଦର ଅଧ୍ୟକ୍ଷ । ସେ ୨୦୧୪ରେ ବିଜେପିରେ ଯୋଗ ଦେଇଥିଲେ ।

ତେବେ ଗତ ବୁଧବାର ଜିମରେ ୱାର୍କଆଉଟ୍ କରୁଥିବା ବେଳେ ସେ ହୃଦଘାତର ଶିକାର ହୋଇଥିଲେ । ଯାହା ପରଠୁ ସେ ୨ ଦିନ ହେବ ଲାଇଫ୍ ସପୋର୍ଟ ସିଷ୍ଟମରେ ଅଛନ୍ତି । ଏପରିକି ସେ ସେବେଠୁ ଚେତାଶୂନ୍ୟ ଅବସ୍ଥାରେ ହିଁ ଅଛନ୍ତି । ଅନ୍ୟପଟେ ଆଜି ଶ୍ରୀବାସ୍ତବଙ୍କ ଝିଅ ଅନ୍ତରା ଶ୍ରୀବାସ୍ତବ କହିଛନ୍ତି ନିଜ ସ୍ୱାସ୍ଥ୍ୟ ପ୍ରତି ବହୁତ୍ ଯତ୍ନବାନ ଥିଲେ ବାପା । ଫିଟ୍ ରହିବାକୁ ପ୍ରତିଦିନ ୱାର୍କଆଉଟ୍ ମଧ୍ୟ କରନ୍ତି । ପୂର୍ବରୁ ତାଙ୍କର ହାର୍ଟ ସମ୍ବନ୍ଧିତ କୌଣସି ଅସୁବିଧା ନଥିଲା । ସେ ଖୁବ ସୁସ୍ଥ ମଧ୍ୟ ଥିଲେ ହଠାତ୍ ତାଙ୍କର ଏପରି ଅସୁସ୍ଥତା ଆମକୁ ଆଶ୍ଚର୍ଯ୍ୟ କରିଛି । ଏବେ ଚିକିତ୍ସା ଚାଲିଛି ଅବସ୍ଥା ଅଧିକ ଖରାପ ନ ଥିଲେ ବି କୌଣସି ସୁଧାର ମଧ୍ୟ ଆସୁନାହିଁ । ମେଡିକାଲ ଟିମ୍ ତାଙ୍କ ଚିକିତ୍ସାରେ କୌଣସି ହେଳା କରୁନାହଁନ୍ତି ।

ଷ୍ଟାଣ୍ଡଅଫ୍ କମେଡିଆନ ରାଜୁ ଶ୍ରୀବାସ୍ତବ ନିଜ କମେଡିରେ ଦର୍ଶକଙ୍କର ମନ ଜିଣନ୍ତି । ବଲିଉଡର ଅନେକ ଫିଲ୍ମରେ ମଧ୍ୟ ତାଙ୍କୁ ଦେଖିବା ପାଇଁ ମିଳିଛି । ବାଜିଗର , ବମ୍ବେ ଟୁ ଗୋଆ ,ଅମଦାନୀ ଅଠନ୍ନି ଖର୍ଚ୍ଚା ରୂପାୟା, ଭଳି ଫିଲ୍ମରେ ସେ ଅଭିନୟ କରିଥିଲେ । ସେହିପରି ରିୟାଲିଟି ଶୋ 'ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ ଚ୍ୟାଲେଞ୍ଜ'ର ପ୍ରଥମ ସିଜିନରୁ ତାଙ୍କ ଲୋକପ୍ରିୟତା ବଢିବାରେ ଲାଗିଥିଲା । ଶୋ'ରେ ସେ ଦର୍ଶକଙ୍କୁ ଖୁବ୍ ଏଣ୍ଟରଟେନମେଣ୍ଟ କରି ଘରେ ଘରେ ପରିଚିତ ହୋଇପାରିଥିଲେ । ଫିଲ୍ମ ଇଣ୍ତଷ୍ଟ୍ରିର ଅନେକ କଳାକାରଙ୍କ ସହ ଫ୍ୟାନ୍ସମାନେ ମଧ୍ୟ ରାଜୁଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications