ସ୍ବର୍ଗତଃ ରାଜୁ ଢୋଲକିଆଙ୍କ ପତ୍ନୀଙ୍କର ମର୍ମଭରା ଅଭିବ୍ୟକ୍ତି, କହିଲେ ଉତ୍ତରାଧିକାରୀ କିଏ ହେବ ପରିବାର ନିଷ୍ପତ୍ତି ନେବ, କୌଣସି ଦ

ନୂଆପଡ଼ା ଉପ-ନିର୍ବାଚନ ପୂର୍ବରୁ ରାଜନୀତି ତେଜିଲାଣି । ଆରମ୍ଭ ହୋଇଛି ଜୋରଦାର କାଦୁଅଫିଙ୍ଗା । ବିଶେଷ କରି ରାଜେନ୍ଦ୍ର ଢୋଲକିଆଙ୍କୁ ନେଇ ଚର୍ଚ୍ଚା ଜୋର ହୋଇଛି । ଢୋଲକିଆ ସିନା ନାହାଁନ୍ତି ତାଙ୍କ ଆବର୍ତ୍ତମାନରେ କନ୍ଦଳ ବଢିଛି । ବିଜେଡି-ବିଜେପି ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଛି । ସୋମବାର ନୂଆପଡ଼ାରେ ପ୍ରଚାର କରିଥିଲେ ବିଜେଡି ସୁପ୍ରିମୋ ।

Raju Dholakia

ବିଜେପିକୁ ଟାର୍ଗେଟ କରି କହିଥିଲେ ବିଜେଡି ସହ ରାଜ୍ୟବାସୀଙ୍କ ସହ ହୋଇଛି ବେଇମାନୀ । ଏହାକୁ କାଉଣ୍ଟର କରିଥିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । କହିଥିଲେ ମୋ ବାପା ବଞ୍ଚିଥିବାବେଳେ କେହି ପଚାରିଗଲେନି । ଏବେ ବାପାଙ୍କ ନାଁ ନେଇ ଭୋଟ ମାଗିବାକୁ ଚାଲି ଆସିଛନ୍ତି । ତେବେ ବିଜେଡି ବି କାଉଣ୍ଟର କରିଥିଲା । ହେଲେ ଏବେ ମୁହଁ ଖୋଲିଛନ୍ତି ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ । ସେ କହିଛନ୍ତି ମୋ ସ୍ୱାମୀ ନିରବଚ୍ଛିନ୍ନ ଭାବେ ବିଜେଡି ସହ ୨୪ ବର୍ଷ କାମ କଲେ ।

ମୋ ସ୍ୱାମୀଙ୍କ ଶେଷ ସମୟରେ ବି କେହି ତାଙ୍କ ସ୍ୱାସ୍ଥ୍ୟ ସଂପର୍କରେ କେହି ପଚାରିବାକୁ ଆସିଲେନି । ଦଳ ଅଣଦେଖା କରିଥିଲା । ସେ ଆହୁରି କହିଛନ୍ତି ଯଦି ନିଜ ଲୋକ ବିଶ୍ୱାସ ଘାତକ କରିବେ ତେବେ କହିବେ କାହାକୁ । ବିଜେଡିର ଏହି ଅଣଦେଖା ପାଇଁ ଆମେ ନିଷ୍ପତ୍ତି ବଦଳାଇଥିଲୁ । ଯିଏ ଆମକୁ ସାହାରା ଦେଲା ଆମେ ତାଙ୍କୁ ଭରସା କରିବୁନି ତ ଆଉ କାହାକୁ କରିବୁ ବୋଲି ସେ ପ୍ରଶ୍ନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+