ଅଟୋରାଣୀ ରାଜକୁଶୋରିଙ୍କ ସଫଳ କାହାଣୀ, ଅଟୋରେ ବସି ଗାଁ ବୁଲିଲେ ମନ୍ତ୍ରୀ
ଓଡ଼ିଶା ଜୀବିକା ମିଶନର ସହାୟତା: ଆଟୋରାଣୀଙ୍କ ସଫଳ କାହାଣୀ । କୁଟୁମ୍ବ ଚଳିବାକୁ ଏବଂ ପିଲାମାନଙ୍କ ଭରଣ ପୋଷଣ କରିବାପାଇଁ ଅଟୋ ଚଳାଇବା ଆରମ୍ଭ କରିଥିଲେ ରାଜକିଶୋରି ଟେଟେ ।

ଦେବଗଡ଼: ସ୍ୱାବଲମ୍ବୀ ହେଉଛନ୍ତି ମହିଳା । 'ଓଡ଼ିଶା ଜୀବିକା ମିଶନ' ସହାୟତାରେ ଆର୍ଥିକ ଏବଂ ସାମାଜିକ ସ୍ତରରେ ସୁଦୃଢ ହେଉଛନ୍ତି ମହିଳା । ପୂରଣ ହେଉଛି ଅନେକଙ୍କ ସ୍ୱପ୍ନ । ନିଜ ଗୋଡରେ ନିଜେ ଛିଡା ହେବା ସହ ପରିବାର ଭରଣ ପୋଷଣ ମଧ୍ୟ କରିପାରୁଛନ୍ତି । ଏପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାର ତିଲେଇବଣି ବ୍ଲକର ଗଜରିବଣୀ ଗାଁରେ । ଏହି ଗାଁର ରାଜକିଶୋରି ଟେଟେ ଅଟୋ ଚଳାଇ ଦି ପଇସା ରୋଜଗାର କରିବା ସହ ଆତ୍ମନିର୍ଭର ଶିଳ ହୋଇପାରିଛନ୍ତି ।
ଦେବଗଡ଼ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ମନ୍ତ୍ରୀ ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ଓଡ଼ିଶା ସରକାର ବାସନ୍ତୀ ହେମରମ ଦେବଗଡ଼ ଗସ୍ତରେ ଯାଇଥିଲେ । ଜିଲ୍ଲାର ତିଲେଇବଣି ବ୍ଲକର ଗଜରିବଣୀ ଗ୍ରାମର ରାଜକିଶୋରି ଟେଟେ ଅଟୋ ଚଳାଇ ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି । ମନ୍ତ୍ରୀ ହେମରମ ରାଜକିଶୋରିଙ୍କ ସହ ଆଲୋଚନା କରିବା ସହ ତାଙ୍କ ଅଟୋରେ ବସି ଗଜରିବଣୀ ଗାଁ ବୁଲିଥିଲେ । ମନ୍ତ୍ରୀଙ୍କ ସାଥିରେ ଥିଲେ ଜିଲ୍ଲାପାଳ ସୋମେଶ କୁମାର ଉରାଧ୍ୟାୟ ।
ଆଜିର ମହଙ୍ଗା ଯୁଗରେ ରାଜକିଶୋରିଙ୍କର ପରିବାରର ୫ କୁଟୁମ୍ବ ଚଳିବାକଷ୍ଟକର ହୋଇପଡିଥିଲା ସେଥିପାଇଁ ସ୍ୱାମୀଙ୍କୁ ସହଯୋଗ କରିବା ସହିତ ପିଲାମାନଙ୍କ ଭରଣ ପୋଷଣ କରିବାପାଇଁ ଶେଷରେ ଅଟୋ ଚଳାଇବା ଆରମ୍ଭ କରିଥିଲେ ରାଜକିଶୋରି ଟେଟେ ।
୨୦୧୯ରେ ନିଜସ୍ୱ ଉଦ୍ୟମରେ ଅଟୋ କିଣି ରାଜକିଶୋରି ପ୍ରତ୍ୟକ କାର୍ଯ୍ୟରେ ଆସୁଥିବା ଲୋକମାନଙ୍କୁ ନିଜ ଅଟୋରେ ବସାଇ ଆଣି ତାଙ୍କ ଗନ୍ତବ୍ୟସ୍ଥଳରେ ନେଇ ଛାଡନ୍ତି । ତାଙ୍କର ବ୍ୟବହାର ପାଇଁ ବହୁ ଲୋକ ତାଙ୍କ ଅଟୋରେ ବସି ଯାତ୍ରା କରିବା ପାଇଁ ପସନ୍ଦ କରନ୍ତି । ଖାସକରି ସେ ମହିଳା ହୋଇଥିବାରୁ ମହିଳାମାନେ ତାଙ୍କ ଅଟୋରେ ଯିବାପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ରାଜକିଶୋରି ଜିଲ୍ଲାର ପ୍ରଥମ ମହିଳା ଅଟୋ ଚାଳକ କହିଲେ ଅତ୍ୟୁକ୍ତି ହେବ ନାହିଁ । ସବୁ କିଛି ଠିକ୍ ଚାଲିଥିଲା କିନ୍ତୁ କରୋନା ପାଇଁ ସବୁ ଫିକା ପଡିଗଲା । କରୋନା ସମୟରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଋଣ କରି ଆଣି ଥିବା ଅଟୋର କିସ୍ତି ସୁଝିବାପାଇଁ ତାଙ୍କ ପାଖରେ ନ ଥିଲା ଟଙ୍କା । ଯାହା ଫଳରେ ସେ ସୁଝି ପାରି ନ ଥିଲେ କିସ୍ତିର ଟଙ୍କା । ସେହି ସମୟରେ ଓଏଲଏମ ପକ୍ଷରୁ ଋଣ ସୁଝିବା ପାଇଁ କମ୍ୟୁନିଟି ଇନଭେଷ୍ଟମେଣ୍ଟ ପାଣ୍ଠିରୁ ୫୦ ହଜାର ଟଙ୍କା ଅର୍ଥ ସାହାଯ୍ୟ କରିଥିଲେ । ପରେ ସେ ଆଣିଥିବା ସମସ୍ତ ଋଣ ସହଜରେ ସୁଝି ପାରିଥିଲେ । ଯାହ ଫଳରେ ଆଜି ପୁଣି ଥରେ ସ୍ୱାବଲମ୍ବି ହୋଇପାରିଥିବା ରାଜକିଶୋରି ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦେଗଗଡ ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ମଞ୍ଜରୀ ଦେଈ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ନରହରି ସିଂହ, ଓଏଲଏମ ଡିପିଏମ ସ୍ମରଣିକା ମହାପାତ୍ର ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।












Click it and Unblock the Notifications