Get Updates
Get notified of breaking news, exclusive insights, and must-see stories!

ପୂର୍ବତମ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀ, ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାହୁଲ

Rajiv Gandhi: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୩୩ତମ ମୃତ୍ୟୁ ବାର୍ଷିକୀ ଅବସରରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦିଲ୍ଲୀ ସ୍ଥିତ ବୀର ଭୂମିରେ ପହଞ୍ଚଥିଲେ କଂଗ୍ରେସର ବହୁ ବରିଷ୍ଠ ନେତା । ଏହା ସହିତ ସଚିନ ପାଇଲଟ ମଧ୍ୟ ଏଠାରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହା ସହିତ କଂଗ୍ରେସ ନେତା ପି ଚିଦାମ୍ବରମ୍ ମଧ୍ୟ ବୀର ଭୂମିରେ ପହଞ୍ଚି ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଗୋଟିଏ ପରେ ଗୋଟିଏ କଂଗ୍ରେସର ବରିଷ୍ଠ ନେତାମାନେ ବୀର ଭୂମିରେ ପହଞ୍ଚି ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବାର ଦେଖିବା ପାଇଁ ମିଳିଥିଲା । ୪୦ ବର୍ଷ ବୟସରେ ଭାରତର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଥିଲେ ରାଜୀବ ଗାନ୍ଧୀ ।

Rajiv Gandhi 33rd Death Anniversary

ସୂଚନାଥାଉ ଯେ, ରାଜୀବ ଗାନ୍ଧୀ ୧୯୪୪ ଅଗଷ୍ଟ ୨୦ ତାରିଖରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ । ସେ ଡେରାଡୁନର ଡୁନ୍ ସ୍କୁଲରେ ପାଠ ପଢିବା ପରେ ଅଧିକ ପାଠ ପଢିବା ପାଇଁ କେମ୍ବ୍ରିଜ୍ ଯାଇଥିଲେ । ଏହାପରେ ସେ ଲଣ୍ତନର ଇମ୍ପେରିଆଲ୍ କଲେଜରେ ମେକାନିକାଲ ଇଞ୍ଜିନିୟରିଂ ପାଠ ପଢିଥିଲେ ।

ହେଲେ ଭାରତ ଫେରିବା ପରେ ସେ ଦିଲ୍ଲୀ ପ୍ଲାଇଙ୍ଗ କ୍ଲବ୍ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାଇଲଟ ହୋଇଥିଲେ । ହେଲେ ରାଜନିତୀରେ ତାଙ୍କର କୌଣସି ରୁଚି ନଥିଲା । ହେଲେ ପରବର୍ତ୍ତି ସମୟରେ ରେ ଅର୍ଥାତ୍ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ସେ ରାଜନୀତିରେ ପାଦ ରଖିଥିଲେ । ହେଲେ ୧୯୯୧ ମେ ୨୧ ତାରିଖରେ ତାମିଲନାଡୁର ଶ୍ରୀପେରୁମ୍ବୁଦୁରେ ରାଜୀୟବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+