5T ସଚିବଙ୍କ ଗସ୍ତ ପରେ ତ୍ୱରାନ୍ୱିତ ହେଲା ରାଜଗାଙ୍ଗପୁର ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ
ସୁନ୍ଦରଗଡ଼: 5T ସଚିବଙ୍କ ଗସ୍ତ ପରେ ତ୍ୱରାନ୍ୱିତ ହେଲା ରାଜଗାଙ୍ଗପୁର ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ । ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜଗାଙ୍ଗପୁର ଲେବଲ କ୍ରସିଂଠାରେ ହେଉଥିବା ଓଭର ବ୍ରିଜ୍ ନିର୍ମାଣ ପ୍ରକିୟା ତ୍ୱରାନ୍ୱିତ ହୋଇଛି ।
ସୋନାଖାନ ଓ କାନସବାହାଲ ମଧ୍ୟରେ ଥିବା ଏହି ପ୍ରକଳ୍ପ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା । ମାତ୍ର ଜମି ଅଧିଗ୍ରହଣ ଜନିତ ସମସ୍ୟା ଥିବାରୁ ୨୦୨୨ରେ ଏହାର ଟେଣ୍ଡର ବାତିଲ କରାଯାଇଥିଲା ।

ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ 5T ସଚିବ ଭିକେ ପାଣ୍ଡିଆନଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ସମୟରେ ସେ ରାଜଗାଙ୍ଗପୁରର ଏହି ବ୍ରିଜ ନିର୍ମାଣ ସ୍ଥାନ ମଧ୍ୟ ପରିଦର୍ଶନ କରିଥିଲେ । ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ଏବଂ ଏହାର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କହିଥିଲେ । 5T ସଚିବଙ୍କ ଏହି ଗସ୍ତ ସମୟରେ ଜନସାଧାରଣମାନେ ତାଙ୍କୁ ଭେଟିଥିଲେ ଏବଂ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବାକୁ 5T ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ।












Click it and Unblock the Notifications